କଲ୍ୟାଣ ସିଂହଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 21 ଅଗଷ୍ଟ (ହି.ସ.)- କଲ୍ୟାଣ ସିଂହଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଉତ୍ତର ପ୍ରଦେଶର ଗରିବ, କୃଷକ, ଯୁବବର୍ଗ ଏବଂ ବଞ୍ଚିତ ବର୍ଗଙ୍କ କଲ୍ୟାଣ ପାଇଁ ସେ କରିଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ ଧର୍ମେନ୍ଦ୍ର
କଲ୍ୟାଣ ସିଂହଙ୍କ     ପୁଣ୍ୟତିଥିରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 21 ଅଗଷ୍ଟ (ହି.ସ.)- କଲ୍ୟାଣ ସିଂହଙ୍କ

ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଉତ୍ତର ପ୍ରଦେଶର ଗରିବ, କୃଷକ, ଯୁବବର୍ଗ

ଏବଂ ବଞ୍ଚିତ ବର୍ଗଙ୍କ କଲ୍ୟାଣ ପାଇଁ ସେ କରିଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନର ଜଣେ ଅଦମ୍ୟ

ସଂଗ୍ରାମୀ, ଉତ୍ତର

ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ପଦ୍ମ ବିଭୂଷଣ’ ସମ୍ମାନରେ ସମ୍ମାନିତ ଶ୍ରଦ୍ଧେୟ

କଲ୍ୟାଣ ସିଂହ ‘ବାବୁଜୀ’ଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି।

ସେ କହିଛନ୍ତି ଯେ, ଉତ୍ତର

ପ୍ରଦେଶର ଗରିବ, କୃଷକ, ଯୁବବର୍ଗ ଏବଂ ବଞ୍ଚିତ ବର୍ଗଙ୍କ କଲ୍ୟାଣ ପାଇଁ ସେ କରିଥିବା କାର୍ଯ୍ୟ

ସର୍ବଦା ସ୍ମରଣୀୟ ହୋଇ ରହିବ। ଶ୍ରଦ୍ଧେୟ ‘ବାବୁଜୀ’ଙ୍କ ସ୍ମୃତି ଆମ ସମସ୍ତଙ୍କୁ ନିରନ୍ତର

ରାଷ୍ଟ୍ରସେବା ପାଇଁ ପ୍ରେରଣା ଦେଇଚାଲିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande