
ଭୁବନ, ୨୧ ଅଗଷ୍ଟ (ହି.ସ.)- ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଦ୍ୱାରା ୬ ଲିଟର ବିଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି ।
ପ୍ରାପ୍ତ ସୂଚନାନୁଯାୟୀ, ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଭୁବନ ଅବକାରୀ ଉପ ନିରୀକ୍ଷକ ବୁଲୁ ପାତ୍ର ଶୁକ୍ରବାର ସକାଳ ୮ଟା ସମୟରେ ପାଟ୍ରୋଲିଂରେ ଯାଇଥିବା ବେଳେ ଭୁବନ ଥାନା ଅନ୍ତର୍ଗତ ମାର୍ଥାପୁର ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଅନିଲ କୁମାର ମିଶ୍ରଙ୍କୁ ଅଟକ ରଖି ଚଢ଼ଉ କରିବାରୁ ତାଙ୍କ ନିକଟରୁ ୬.୧୨ ଲିଟର (ମ୍ୟାକ ଡୋୟାଲ ରମ୍) ବିଦେଶୀ ମଦ ଜବତ କରିବା ସହିତ ତାଙ୍କୁ ଗିରଫ କରି ଅବକାରୀ କାର୍ଯ୍ୟଳୟକୁ ଆଣିଥିଲେ । କେଶ୍ ନଂ ୮୨/୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇ ତାଙ୍କୁ ଭୁବନ ଜେ ଏମ ଏଫ୍ ସି, କୋର୍ଟକୁ ପଠାଯାଇଥିଲା ।
ଭୁବନ ଅବକାରୀ ସବ୍ ଇନ୍ସପେକ୍ଟର ବୁଲୁ ପାତ୍ରଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ, ଆଲୋକ କୁମାର ଜେନା ପ୍ରମୁଖ ଏହି ଚଢ଼ଉରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ