
ଭୁବନେଶ୍ୱର, 21 ଅଗଷ୍ଟ (ହି.ସ.)- ଉସ୍ତାଦ
ବିସ୍ମିଲ୍ଲା ଖାଁଜୀଙ୍କ ପୁଣ୍ୟତିଥିରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଭାରତ ରତ୍ନ ଉସ୍ତାଦ ବିସ୍ମିଲ୍ଲା
ଖାଁଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି। ତାଙ୍କ ଶେହନାଇର ସୁର ଭାରତର
ଚିରନ୍ତନ ସଙ୍ଗୀତ ପରମ୍ପରାର ସ୍ୱରକୁ ଏପରି ଏକ ଭାବନାରେ ପରିଣତ କରିଥିଲା, ଯାହା
ସୀମା ସରହଦକୁ ଅତିକ୍ରମ କରି ମାନବ ହୃଦୟକୁ ସ୍ପର୍ଶ କରିଥିଲା।
ତାଙ୍କର ସୁର ହୁଏ ତ ନିରବ
ହୋଇଯାଇଛି, କିନ୍ତୁ
ସେହି ସୁରର ପ୍ରତିଧ୍ୱନି ଆଜି ମଧ୍ୟ ଭାରତର ସାଂସ୍କୃତିକ ଆତ୍ମାକୁ ସମୃଦ୍ଧ କରିଚାଲିଛି ବୋଲି
କନକ ବର୍ଦ୍ଧନ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା