
ଭୁବନେଶ୍ୱର, 21 ଅଗଷ୍ଟ (ହି.ସ.)- ବିଶ୍ୱ ବରିଷ୍ଠ
ନାଗରିକ ଦିବସରେ ବରିଷ୍ଠମାନଙ୍କର ଅମୂଲ୍ୟ ଭୂମିକାକୁ ସମ୍ମାନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ, ପରିବାର
ଗଠନ, ସମାଜକୁ
ସୁଦୃଢ଼ କରିବା ଏବଂ ପିଢ଼ି ପରେ ପିଢ଼ିକୁ ଏକତ୍ର ବାନ୍ଧି ରଖୁଥିବା ଜ୍ଞାନ ଓ ଅଭିଜ୍ଞତାକୁ
ସଂରକ୍ଷଣ କରିବାରେ ଆମ ବରିଷ୍ଠମାନଙ୍କର ଅମୂଲ୍ୟ ଭୂମିକାକୁ ଆମେ ସମ୍ମାନ ଓ ସ୍ୱୀକୃତି ଜଣାଉଛୁ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ସେମାନଙ୍କର ଅଭିଜ୍ଞତା କେବଳ ଅତୀତର ପ୍ରତିଫଳନ ନୁହେଁ—ଏହା ଏକ ଅଧିକ ସମ୍ବେଦନଶୀଳ, ସମାବେଶୀ
ଓ ଦାୟିତ୍ୱଶୀଳ ସମାଜ ଗଠନ ପାଇଁ ଆଜି ମଧ୍ୟ ଏକ ଅମୂଲ୍ୟ ଶକ୍ତି ଭାବେ କାର୍ଯ୍ୟ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା