
ଜୟପୁର, ୨୧ ଅଗଷ୍ଟ (ହି.ସ.) - ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥ ୨୬ ର ରତ୍ନାକରଗୁଡା ନିକଟ ସୌରାଗୁଡା ରାସ୍ତାରେ ସଂଘ ବଦ୍ଧ ଭାବେ ଛୁରିରେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ହେଲେ କେବିଡି ଗ୍ରାମର ଦେବାଶିଷ କିଶନ କୁଳଦୀପ (୧୮) । ପ୍ରଥମେ ରତ୍ନାକରଗୁଡା ରେ ଥିବା ବାଇକ ସୋ ରୁମ ସମ୍ମୁଖରେ ଆକ୍ରମଣ କରି ଗୋଡାଇ ଗୋଡାଇ ନେଇ ସୌରାଗୁଡା ରାସ୍ତାରେ ହତ୍ୟା କରିଥିଲେ । ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ୨୬ର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ଉପ ଉଭୟ ପଟେ ଶହ ଶହ ଗାଡି ଅଟକି ରହିଛି । ସୁଚନା ପାଇ ଜୟପୁର ଏସଡିପିଓ ଅଚ୍ଚିତା ମିତଲ , ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ, ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ପହଂଚିଥିଲେ । ରାସ୍ତା ରୋକ ସମୟରେ ଜୟପୁର ଉପ ଜିଲାପାଳ ଯଦୁ ମଣି ନାୟକ ପହଂଚି ବୁଝା ସୁଝା କରିଥିଲ । ସୁଚନା ଅନୁଯାଇ ମୃତକ ଜଣକ କେବିଡି ଗ୍ରାମର ଜଗଦିଶ କିଶନ କୁଳଦୀପ ଜୟପୁର ଆସିଥିଲେ । ରତ୍ନାକରଗୁଡା ନିକଟରେ ୮ ଜଣ ଦୁର୍ବୁତ ମିଶି ଛୁରିରେ ଆକ୍ରମଣ କରିଥିଲେ । କିଶନର ଶରିରରେ ୪ଟି ସ୍ଥାନରେ କ୍ଷତାକ୍ତ କରିଥିଲେ । ଗୁରୁତର ଅବସ୍ଥାରେ କିଶନକୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଯୁବକ ଜଣକ ବୋରିଗୁମା କଲେଜରେ ଯୁକ୍ତ ଦୁଇ ପଡୁଥିବା ଜଣାଯାଇଛି । କୋରାପୁଟ ବିଧାୟକଙ୍କ ଭଣଜା ଙ୍କ ସହ ୮ ଜଣ ମିଶି ମାରାଣସ୍ତ୍ରରେ ଆକ୍ରମଣ କରିଥିବା ନେଇ ମୃତକଙ୍କ ମାମୁଁ ଜଗଦିଶ ଖରା ଅଭିଯୋଗ କରିଛନ୍ତି । ମୃତକ ଜଣ ମୋବାଇଲ ମରାମତି ସହ ବାଇକ ମରାମତି ପାଇ ଜୟପୁର ଆସିଥିବା ବେଳେ ୮ ଜଣ ଦୁର୍ବୁତ ମିଶି ହତ୍ୟା କରିଥିବା ମୃତକଙ୍କ ମା ଅଭିଯୋଗ କରିଛନ୍ତି । ଦୁର୍ବୁତ ମାନଙ୍କୁ ଗିରଫ ଦାବିରେ ଦୀର୍ଘ ୪ ଘଂଟା ଧରି ରାସ୍ତା ଅବରୋଧ କରାଯାଇଥିଲ । ଉପ ଜିଲାପାଳ ଓ ଏସଡିପିଓ ବୁଝା ସୁଝା କରିବାପରେ ରାସ୍ତା ରୋକରୁ ଓହରିଥିଲେ । ଏନେଇ ଜୟପୁର ଟାଉନ ପୋଲିସ ହତ୍ୟା ମାମଲା ରୁଜୁ କରିଛି । ଘଟଣା ସ୍ଥଳରେ ସାଇଂଟିଫିକ ଟିମ ପହଂଚି ତଦନ୍ତ କରିଛି । ଅପର ପକ୍ଷେ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ରାସ୍ତା ଅବରୋଧ କରି ସାଧାରଣ ଜୀବନ ଜାପନରେ ବ୍ୟାଘାତ ସୃଷ୍ଟି କରିଥିବାରୁ ଜୟପୁର ସଦର ପୋଲିସ ମାମଲା ରୁଜୁ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି