ସଙ୍ଗୀତ ଜଗତକୁ ସମୃଦ୍ଧ କରିବାରେ ପ୍ରଣବଙ୍କ ଅବଦାନ ଚିର ସ୍ମରଣୀୟ - ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୨୧ ଅଗଷ୍ଟ (ହି.ସ) - ବର୍ଷିୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତାରେ ନବୀନ କହିଛନ୍ତି ଓଡ଼ିଆ ସଙ୍ଗୀତ ଜଗତର ଅଭୁଲା ସ୍ୱର, ବର୍ଷିୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜା
np


ଭୁବନେଶ୍ୱର, ୨୧ ଅଗଷ୍ଟ (ହି.ସ) - ବର୍ଷିୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ ଶୋକବାର୍ତାରେ ନବୀନ କହିଛନ୍ତି ଓଡ଼ିଆ ସଙ୍ଗୀତ ଜଗତର ଅଭୁଲା ସ୍ୱର, ବର୍ଷିୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ସୁମଧୁର ଗାୟନ ଶୈଳୀ ଅନେକ ଓଡ଼ିଆ ସଙ୍ଗୀତକୁ ଲୋକଙ୍କ ହୃଦୟରେ କାଳଜୟୀ କରିଛି। ସଙ୍ଗୀତ ଜଗତକୁ ସମୃଦ୍ଧ କରିବାରେ ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ଦିବଂଗତ ଅମର ଆତ୍ମାର ସଦଗତି କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande