
ଭୁବନେଶ୍ୱର, 21 ଅଗଷ୍ଟ (ହି.ସ.)- ମାଷ୍ଟର
କ୍ୟାଣ୍ଟିନ ଛକରେ ଅନଲାଇନ୍ ଗାଡ଼ି ଚାଳକ ସଂଘର ହିଂସା ଘଟଣାରେ କ୍ଷମା ପ୍ରାର୍ଥନା କରିଛି
ସ୍ମାର୍ଟ ସିଟି ଅନ୍ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍ ସଂଘ ।
ଷ୍ଟରକ୍ୟାଣ୍ଟିନ ହିଂସା
ଘଟଣାରେ ମୁହଁ ଖୋଲିଛନ୍ତି ଅନଲାଇନ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକ । ସେଦିନର ଅଘଟଣ ପାଇଁ
ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ୧୪ ମିନିଟର ଭିଡିଓ ବାର୍ତ୍ତାରେ ସେ ଡ୍ରାଇଭର
ମାନଙ୍କ ସପକ୍ଷରେ କହିଛନ୍ତି । ନିଜର ହକ୍ ପୂରଣ ହେଉନଥିବାରୁ ସେ ଆନ୍ଦୋଳନ ପନ୍ଥା ଆପଣାଇଥିବା
ଭିଡିଓ ବାର୍ତ୍ତାରେ କହିଛନ୍ତି । ସେ କହିଛନ୍ତି ଯେ, ଜନସାଧାରଣଙ୍କୁ ହୋଇଥିବା ଅସୁବିଧା ପାଇଁ
ଆମେ ଦୁଃଖିତ । ଭୁଲ୍ଟା ଭୁଲ୍, ଭୁଲ୍କୁ ଆମେ ସ୍ୱୀକାର କରୁଛୁ, ଏଇଟା ହେବାର ନଥିଲା । ହିଂସା
ଘଟଣାରେ ରାଜନୀତି ଥିବା ଚର୍ଚ୍ଚାକୁ ଖଣ୍ଡନ କରିବା ସହ ସେ କହିଛନ୍ତି ଯେ, ଆମେ ସମସ୍ତେ ଗରୀବ
ଖଟିଖିଆ ଅଟୋ-ଟ୍ୟାକ୍ସି-ବାଇକ୍ ଚାଳକ । ଡିସିପି ଗୁଣ୍ଡା
କହିଲେ ତାକୁ ନେଇ ଦୁଃଖ ଲାଗୁଥିବା ସେ କହିଛନ୍ତି। ସେ କହିଛନ୍ତି ଯେ, ଆମେ ଶାନ୍ତିପୂର୍ଣ୍ଣ
ଧାରଣାରେ ଥିଲୁ , ଗଣ୍ଡଗୋଳ ହେଲା ,
କିନ୍ତୁ ଆମେ ଗୁଣ୍ଡା ନୁହେଁ , ହକ ପାଇଁ ଲଢେଇ
କରୁଥିଲୁ । ପୋଲିସ ମାଇଲେଜ୍ ପାଇବାପାଇଁ ଗୁଣ୍ଡା ସଜେଇ ଦେଲା । ଆମେ ପେଟ ପାଇଁ ଲଢେଇ କରୁଥିଲୁ। ଗତ ୧୯ ତାରିଖ ଭଙ୍ଗାରୁଜା ଓ ପୋଲିସକୁ
ଆକ୍ରମଣ ପରଠୁ ଦୀନବନ୍ଧୁ ଫେରାର୍ ଅଛନ୍ତି ।
ଗତକାଲି ଗଣ୍ଡଗୋଳ ଘଟଣାରେ
୧୧୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଘଟଣାରେ ୩୫୪ ଟି ଗାଡ଼ି ଜବତ କରିଛି
ପୋଲିସ । ଏନେଇ ଖାରବେଳନଗର ଥାନାରେ ୭ଟି ଏଫଆଇଆର୍ ରୁଜୁ ହୋଇଛି । ଟ୍ୟାକ୍ସି ଆସୋସିଏସନ ଘର
ଉପରେ ଚାଲିଛି ବୁଲଡୋଜର । ସେପଟେ ଅଭିଯୁକ୍ତ ଗାଡି ମାଲିକ ଚଳାଉଥିବା ଗାଡିର ପରମିଟ, ଆରସି କାହିଁକି ବାତିଲ ନହେବ ବୋଲି ସୋ' କଜ୍ ନୋଟିସ ଜାରି କରିଛି ପରିବହନ ବିଭାଗ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା