
ଭୁବନେଶ୍ୱର, 21 ଅଗଷ୍ଟ (ହି.ସ.)- ଅରୁଣାଚଳ
ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ
ମହାଲିଙ୍ଗ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା
କରିଛନ୍ତି ।
ଏନେଇ ସୋସିଆଲ ହ୍ୟାଣ୍ଡେଲରେ
ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି ମନ୍ତ୍ରୀ କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ
ଶ୍ରୀ ପେମା ଖାଣ୍ଡୁଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥ ଜୀ
ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ, ସମୃଦ୍ଧି ଏବଂ ଦୀର୍ଘାୟୁ ପ୍ରଦାନ କରନ୍ତୁ।
ଦେଶ ଓ ଅରୁଣାଚଳ ପ୍ରଦେଶର
ଜନସାଧାରଣଙ୍କ ସେବାରେ ଆପଣଙ୍କ ଜୀବନ ସର୍ବଦା ସମର୍ପିତ ରହୁ ମହାପ୍ରଭୁଙ୍କ ନିକଟରେ ଏହି
ପ୍ରାର୍ଥନା କରିଛନ୍ତି ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ