ବିଜେପି ଶକ୍ତି କେନ୍ଦ୍ର ପ୍ରାକ୍-ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନୂଆପଡ଼ା, ୨୧ ଅଗଷ୍ଟ (ହି.ସ.)- ଭାରତୀୟ ଜନତା ପାର୍ଟି ଖଡ଼ିଆଳ ରିଷିପିଟି ମଣ୍ଡଳ ଆନୁକୂଲ୍ୟରେ ଆଗାମୀ ଶକ୍ତି କେନ୍ଦ୍ର ପ୍ରାକ୍-ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଖଡ଼ିଆଳ ରିଷିପିଟି ମଣ୍ଡଳ ସଂଗଠନର ନୂତନ ପାଳକ ଭାବେ ଦାୟ
Praka prastuti baithak


ନୂଆପଡ଼ା, ୨୧ ଅଗଷ୍ଟ (ହି.ସ.)- ଭାରତୀୟ ଜନତା ପାର୍ଟି ଖଡ଼ିଆଳ ରିଷିପିଟି ମଣ୍ଡଳ ଆନୁକୂଲ୍ୟରେ ଆଗାମୀ ଶକ୍ତି କେନ୍ଦ୍ର ପ୍ରାକ୍-ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଖଡ଼ିଆଳ ରିଷିପିଟି ମଣ୍ଡଳ ସଂଗଠନର ନୂତନ ପାଳକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଞ୍ଜୟ କୁମାର ତିୱାରୀଙ୍କୁ ମଣ୍ଡଳ ପକ୍ଷରୁ ହୃଦୟପୂର୍ଣ୍ଣ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯିବା ସହ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ବୈଠକରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା, ଶକ୍ତି କେନ୍ଦ୍ର ଓ ବୁଥ୍ସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା, ଜନସାଧାରଣଙ୍କ ସହ ନିରନ୍ତର ଯୋଗାଯୋଗ ରଖିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସୁଚିନ୍ତିତ ରଣନୀତି ଓ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ସଞ୍ଜୟ କୁମାର ତିୱାରୀଙ୍କ ମାର୍ଗଦର୍ଶନ ସହ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଏକତା, ପରିଶ୍ରମ ଓ ସମର୍ପଣ ମାଧ୍ୟମରେ ରିଷିପିଟି ମଣ୍ଡଳ ସଂଗଠନ ଆହୁରି ସୁଦୃଢ଼ ହେବ ଏବଂ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ଉଲ୍ଲେଖନୀୟ ସଫଳତା ହାସଲ କରିବ ବୋଲି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାମାନେ ଆଶା ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande