ଯୌତୁକ ନିରୋଧ ଆଇନ କର୍ମଶାଳା ଅନୁଷ୍ଠିତ : ଯୌତୁକ ଏକ ଭୟଙ୍କର ବ୍ୟାଧି, ସଚେତନତା ହିଁ ନିରାକରଣର ମାଧ୍ୟମ
ପୁରୀ, ୨୧ ଅଗଷ୍ଟ (ହି.ସ.)- ଆଜିର ସମାଜରେ ଯୌତୁକ ଏକ ଭୟଙ୍କର ସାମାଜିକ ବ୍ୟାଧି। ଏହାର ନିରାକରଣ ପାଇଁ ଅନେକ ଆଇନ ରହିଛି। ତେବେ ବ୍ୟାପକ ସଚେତନତା ହିଁ ଏହାର ବିନାଶ କରିପାରିବ ବୋଲି କହିଛନ୍ତି ବକ୍ତା ମାନେ। ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଯୌତୁକ
ଯୌତୁକ ନିରୋଧ ଆଇନ କର୍ମଶାଳା ଅନୁଷ୍ଠିତ।


ପୁରୀ, ୨୧ ଅଗଷ୍ଟ (ହି.ସ.)- ଆଜିର ସମାଜରେ ଯୌତୁକ ଏକ ଭୟଙ୍କର ସାମାଜିକ ବ୍ୟାଧି। ଏହାର ନିରାକରଣ ପାଇଁ ଅନେକ ଆଇନ ରହିଛି। ତେବେ ବ୍ୟାପକ ସଚେତନତା ହିଁ ଏହାର ବିନାଶ କରିପାରିବ ବୋଲି କହିଛନ୍ତି ବକ୍ତା ମାନେ। ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଯୌତୁକ ନିରୋଧ ଆଇନ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୌତୁକ ନିରୋଧ ପାଇଁ ଅନେକ ଆଇନ ରହିଥିଲେ ମଧ୍ୟ କେଉଁଠି ନା କେଉଁଠି ଏହାର ଉଲ୍ଲଘଂନ ହେଉଛି। ଯୌତୁକ ଲୋଭୀ ମାନେ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଛନ୍ତି। ଆମେ ଯଦିଓ ଜାଣିଛନ୍ତି ଯୌତୁକ ନେବା ଓ ଦେବା ଏକ ଅପରାଧ, ତଥାପି ଏହାକୁ ସମ୍ପୂର୍ଣ୍ଣ ରୋକା ଯାଇ ପାରୁନାହିଁ। ପ୍ରତ୍ୟେକ ସଚେତନ ହେଲେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପାରିବ ବୋଲି ସେ କହିଥିଲେ।

ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ଆଇନ ବିଶାରଦ ତଥା ପରାମର୍ଶ ଦାତା ମୋହନ ସୁନ୍ଦର ଜେନା, ଶିଶୁ ସୁରକ୍ଷାର ଆଇନ ଅଧିକାରୀ ସନ୍ତୋଷ କୁମାର ସାହୁ ଯୌତୁକ ନିରୋଧ ଆଇନ ୧୯୬୧ ଓ ପରବର୍ତ୍ତୀ ସଂଶୋଧନ ଆଇନ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଏହାର ଆଇନଗତ ବ୍ୟବସ୍ଥା, କାର୍ଯ୍ୟାନୁଷ୍ଠାନ, ଦଣ୍ଡ ବିଧି, ନିରାକରଣ ଓ ସାମାଜିକ ସଚେତନତା ଉପରେ ଆଲୋକପାତ କରିଥିଲେ। ପୋଲିସ ଡିଏସପି ତିଳୋତ୍ତମା ରାଉତ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୋବିନ୍ଦ ହେମ୍ବ୍ରମ,ଏଡିପିଏଚଓ ଡା ନାରାୟଣ ପ୍ରସାଦ ନନ୍ଦ, ବାପଟିଷ୍ଟ ଚର୍ଚ୍ଚର ସମ୍ପାଦକ ରବିନ କୁମାର ପାଟସାହାଣୀ, ମହିଳା ମହାସଂଘର ସଭାପତି ମୀନାକ୍ଷୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଯୌତୁକର ସଂଜ୍ଞା, ଯୌତୁକର ଇତିହାସ, କାରଣ, ନିରାକରଣ ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ।

ପ୍ରାରମ୍ଭରେ ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ସିଡିପିଓ, ସୁପରଭାଇଜର, ବିଭିନ୍ନ ଶିକ୍ଷାନୁଷ୍ଠାନର ମୁଖ୍ୟ, ସ୍ବେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଯୌତୁକ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande