ଚତୁର୍ଥ ଜିଲ୍ଲାସ୍ତରୀୟ ମନୋନୟନ କମିଟି ବୈଠକ; ୨୦୨୬-୨୭ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜିବୀ କଲ୍ୟାଣ ଯୋଜନା ଅଧୀନରେ ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ
4th district level select committee
4th district level


ଝାରସୁଗୁଡ଼ା, ୪ ଅଗଷ୍ଟ (ହି.ସ.)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜିବୀ କଲ୍ୟାଣ ଯୋଜନା ଅଧୀନସ୍ଥ ଚତୁର୍ଥ ଜିଲ୍ଲା ସ୍ତରୀୟ ମନୋନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଜିଲ୍ଲାରେ ମତ୍ସ୍ୟଚାଷର ବିକାଶ ଓ ମତ୍ସ୍ୟଚାଷୀମାନଙ୍କୁ ସାହାଯ୍ୟ ସହଯୋଗ ପ୍ରଦାନ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ମହମ୍ମଦ ଫିରୋଜ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ତୁଷାରକାନ୍ତ ମହାପାତ୍ର, ସହକାରୀ ମତ୍ସ୍ୟ ଅଧିକାରୀ ଲୋପାମୁଦ୍ରା ବେହେରା, ସହକାରୀ ମତ୍ସ୍ୟ ଅଧିକାରୀ କିରଣ ଦାସ ଏବଂ ଉପ-ଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିଆରସିଂହ ଯୋଗ ଦେଇଥିଲେ। ଏହି ବୈଠକରେ ଜିଲ୍ଲାର ଝାରସୁଗୁଡ଼ା, କୋଲାବିରା, କିର୍ମିରା, ଲାଇକେରା ଏବଂ ଲଖନପୁର ବ୍ଲକର ବିଭିନ୍ନ ଯୋଜନା ନେଇ ଆଲୋଚନା କରାଯାଇ ନିମ୍ନଲିଖିତ ବିଷୟଗୁଡ଼ିକୁ ଅନୁମୋଦନ ଦିଆଯାଇଥିଲା।

ଯେପରିକି ମତ୍ସ୍ୟ ପୋଖରୀ ଯୋଜନା ଅଧୀନରେ ୨୦୨୬-୨୭ ବର୍ଷ ପାଇଁ ନୂତନ ପୋଖରୀ ଖୋଳି ମାଛ ଚାଷ ପାଇଁ ୧୫ ହେକ୍ଟର ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ପୁରାତନ ପୋଖରୀରେ ମାଛ ଚାଷ ପାଇଁ ପୂର୍ବରୁ ୧୪ ହେକ୍ଟର ଅନୁମୋଦିତ ହୋଇସାରିଛି। ବୈଠକରେ ଗୋ-ସୁଗମ ପୋର୍ଟାଲ୍ ଓ ଅଫଲାଇନ୍ ମାଧ୍ୟମରେ ପ୍ରାପ୍ତ ଅତିରିକ୍ତ ୨ଟି ଆବେଦନ (୧.୪୫ ହେକ୍ଟର) କୁ ଅନୁମୋଦନ କରାଯାଇଛି। ଏଥିସହ ୧୪ ହେକ୍ଟର ଲକ୍ଷ୍ୟଧାର୍ଯ୍ୟ ମଧ୍ୟରୁ ପୂର୍ବରୁ ୧୭ଟି ଆବେଦନ (୧୦.୧୬ ହେକ୍ଟର) ମଞ୍ଜୁର ହୋଇଥିବା ବେଳେ ଆଜି ଅତିରିକ୍ତ ୭ଟି ଆବେଦନ (୪.୪୦ ହେକ୍ଟର) କୁ ଅନୁମୋଦନ ପ୍ରଦାନ କରାଯାଇଛି। ମତ୍ସ୍ୟଚାଷ ଯନ୍ତ୍ରପାତି ପାଇଁ ୫୬ଟି ୟୁନିଟ୍ ଲକ୍ଷ୍ୟଧାର୍ଯ୍ୟ ବିପରୀତରେ ପୂର୍ବରୁ ୭୦ଟି ପ୍ରସ୍ତାବ ମଞ୍ଜୁର ହୋଇଥିବା ବେଳେ, ବୈଠକରେ ଅଧିକ ୧ଟି ନୂତନ ଆବେଦନକୁ ଅନୁମୋଦନ କରାଯାଇଛି। ଗ୍ରାମପଞ୍ଚାୟତ ପୋଖରୀଗୁଡ଼ିକରେ ମତ୍ସ୍ୟଚାଷ କରୁଥିବା ମହିଳା ସ୍ଵଂୟ ସହାୟକ ଗୋଷ୍ଠୀମାନଙ୍କୁ ନିବେଶ ସହାୟତା ପ୍ରଦାନ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାର ମତ୍ସ୍ୟଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ସ୍ୱାବଲମ୍ବୀ କରିବା ଏବଂ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ପାଇଁ ସମସ୍ତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande