
ସମ୍ବଲପୁର, ୦୬, ଅଗଷ୍ଟ (ହି.ସ.) - ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦେଶପ୍ରେମ ଓ ଜାତୀୟତା ଏକତାର ବାର୍ତା ପ୍ରସାର ଉଦ୍ଦେଶ୍ୟରେ ଆସନ୍ତା ଅଗଷ୍ଟ ୯ ରବିବାର ସକାଳ ସାଢ଼େ ୮ଟା ବେଳେ ଏକ ତିରଙ୍ଗା ରାଲି ଆୟୋଜନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ରାଲି ସମ୍ବଲପୁର ରିଜର୍ଭ ପୋଲିସ୍ ଗ୍ରାଉଣ୍ଡରୁ ଆରମ୍ଭ ହୋଇ ଜେଲ୍ ଛକ ପର୍ଯ୍ୟନ୍ତ ଯାତ୍ରା କରିବ। ସମସ୍ତ ନାଗରିକଙ୍କୁ ଏହି ଦେଶପ୍ରେମ ମୂଳକ କାର୍ଯ୍ୟକ୍ରମରେ ସାମିଲ ହୋଇ ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଦେଶର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ