ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ
ବଲାଙ୍ଗିର, 06 ଅଗଷ୍ଟ (ହି.ସ.) ସ୍ଥାନୀୟ ମାଲପଡା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀମାନେ ଶୈକ୍ଷିକ ଓ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ଉତ୍କର୍ଷତା ନିମନ୍ତେ ରାଜ୍ୟ ସ୍ତରୀୟ ପ୍ରାଇଭେଟ ସ୍କୁଲ ଏସୋସିଏସନ ତରଫରୁ ଭୁବନେଶ୍ୱର ରେ ଆୟୋଜିତ ହୋଇଥିବା ଏକ ରାଜ୍ୟ ସ୍ତରୀୟ ବର୍ଣ୍ଣାଢ୍ୟ ସମାବେଶର
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ


ବଲାଙ୍ଗିର, 06 ଅଗଷ୍ଟ (ହି.ସ.)

ସ୍ଥାନୀୟ ମାଲପଡା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀମାନେ ଶୈକ୍ଷିକ ଓ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ଉତ୍କର୍ଷତା ନିମନ୍ତେ ରାଜ୍ୟ ସ୍ତରୀୟ ପ୍ରାଇଭେଟ ସ୍କୁଲ ଏସୋସିଏସନ ତରଫରୁ ଭୁବନେଶ୍ୱର ରେ ଆୟୋଜିତ ହୋଇଥିବା ଏକ ରାଜ୍ୟ ସ୍ତରୀୟ ବର୍ଣ୍ଣାଢ୍ୟ ସମାବେଶରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଉକ୍ତ ସ୍କୁଲର ଅଧ୍ୟୟନ ରତ ଛାତ୍ରୀ ଆର୍ଯ୍ୟାହୀ ମିଶ୍ର, ରତିକା ରାଣୀ ସିଂହନୀନା, ରତ୍ନରାଣୀ ସାହୁ ଏବଂ ଜାଗୃତି ଶତପଥୀ ପ୍ରମୁଖ ନିଜ ନିଜର ଶିକ୍ଷା ଓ ସହ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବାରୁ ମୁଖ୍ୟ ଅତିଥି ଏଲିମେଣ୍ଟାରୀ ଶିକ୍ଷା ବିଭାଗର ନିର୍ଦ୍ଦେଶକ ବାଳମୁକୁନ୍ଦ ଭୁୟାଁ, ଖେଳ ବିଭାଗର ଅର୍ଜୁନ ଏୱାର୍ଡ ଆଇକନ ଦୂତି ଚାନ୍ଦ, ଓଲିଉଡ ଅଭିନେତ୍ରୀ ଶିବାନୀ ସଙ୍ଗୀତା, ନେପାଳରେ ଶିକ୍ଷା ଆମ୍ବାସାଡର ଥିବା ଶୁଭଲକ୍ଷ୍ମୀ ଦାଶ, ଆୟୋଜକ ସଂସ୍ଥା ମ୍ୟାନେଜିଂ ଡାଇରେକ୍ଟର ରବିଚନ୍ଦ୍ର ଉଦ୍ଗାତା, ଏକାଡେମିକ ପ୍ରିନ୍ସିପାଲ ଡ. ରବିଚନ୍ଦ୍ର ପଶାୟତ, ଶିକ୍ଷିକା ସ୍ମୃତି ସ୍ୱରୁପା ପୂଜାରୀ, ଶିବାନୀ ମହାକୁରଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମରେ ଭାଗ ନେଇ ‘ବଢାଇ ୱେ’ ନାମକ ସୃଜନଶୀଳ ଶିକ୍ଷା ଆପ ଦ୍ୱାରା କିଭଳି ଛାତ୍ର ଛାତ୍ରୀମାନେ ନିଜ ନିଜର ବିଷୟ ଗୁଡିକୁ ସଠିକ ଭବରେ ପଠନ କରି ଶୈକ୍ଷିକ ଦିଗରେ ବିକଶିତ ହେବେ ସେ ବିଷୟରେ ସାଧନକର୍ମୀଙ୍କ ଠାରୁ ତାଲିମ ନେଇଥିଲେ । ସ୍କୁଲର ଚେୟାରମ୍ୟାନ ବିରେନ୍ଦ୍ର ନାରାୟଣ ଉଦ୍ଗାତା, ପ୍ରାଇମେରୀ ସେକ୍ସନ ପ୍ରିନ୍ସିପାଲ ଅଭିଶ୍ମିତା ଦାସ, ସାମ୍ବାଦିକ ଆକୁଳ ବେହେରା, ଜୟନ୍ତ ଶତପଥୀ, ସମସ୍ତ ଶିକ୍ଷକ, ବୁଦ୍ଧିଜିବୀ ବୃନ୍ଦ ରାଜ୍ୟ ସ୍ତରୀୟ ସମାରୋହରେ ପୁରସ୍କୃତ ହୋଇଥିବା ଉକ୍ତ ଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande