



ସମ୍ବଲପୁର, ୦୪, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା ବାମରା ବସ୍ଷ୍ଟାଣ୍ଡ ନିକଟରେ ଜଣେ ଅଜଣା ଅସହାୟ ଯୁବକଙ୍କ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଗୋବିନ୍ଦପୁର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା।
ପରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲା । ପରେ ସୁରକ୍ଷା ଓ ପୁନର୍ବାସ ଦୃଷ୍ଟିରୁ ଝାରସୁଗୁଡ଼ା ସ୍ଥିତ ମିଶନ ଆଶାଲୋକ ଆଶ୍ରମରେ ଆଶ୍ରୟର ବନ୍ଦୋବସ୍ତ କରିଥିଲା ବୋଲି ଥାନା ଅଧିକାରିଣୀ ପଦ୍ମାଳୟା ସାହୁ ଆଜି ଅପରାଧ ସମୀକ୍ଷା ବୈଠକରେ ସୂଚନା ପ୍ରଦାନ କରିଛନ୍ତି।
ଗୋବିନ୍ଦପୁର ଥାନା ପୋଲିସର ଏଭଳି ମାନବିକତାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ