ଭଦ୍ରକର ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କଲେ ସଞ୍ଜୟ ଦାସବର୍ମା
ଭୁବନେଶ୍ବର r, 04 ଅଗଷ୍ଟ (ହି.ସ.)ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଭଦ୍ରକ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି । ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସହ ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ଭେ
ଭଦ୍ରକର ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କଲେ ସଞ୍ଜୟ ଦାସବର୍ମା


ଭୁବନେଶ୍ବର r, 04 ଅଗଷ୍ଟ (ହି.ସ.)ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଭଦ୍ରକ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି । ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସହ ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । ଭଦ୍ରକ ଜିଲ୍ଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ବନ୍ୟା ହେବାର ୫ ଦିନ ପରେ ମଧ୍ୟ ସରକାରୀ ସହାୟତା ପହଞ୍ଚିପାରି ନାହିଁ । ସାଳନ୍ଦୀ ଓ ନାଳିଆ ନଦୀରେ ବନ୍ୟା ଯୋଗୁଁ ଭଦ୍ରକ ବ୍ଲକର ୧୦ଟି ଗ୍ରାମପଞ୍ଚାୟତ, ବୈତରଣୀ, କୋଚିଲା, ଗେଙ୍ଗୁଟି, ରେବ ଓ କପାଳୀ ନଦୀରେ ବନ୍ୟା ଯୋଗୁଁ ଧାମନଗର ବ୍ଲକର ୩୦ଟି ଗ୍ରାମପଞ୍ଚାୟତ ଏବଂ ତିହିଡ଼ି ବ୍ଲକର ପ୍ରାୟ ୨୦ଟି ଗ୍ରାମପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳବାସୀଙ୍କୁ ସ୍ୱତନ୍ତ୍ର ରିଲିଫ ବ୍ୟବସ୍ଥାରେ ଚାଉଳ, ଚୁଡ଼ା ଓ ଗୁଡ଼ ଆଦି ଯୋଗାଇ ଦିଆଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ବିଜେପି ସରକାରକୁ କଡ଼ା ସମାଲୋଚନା କରିଥିଲେ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ।

ବୈତରଣୀ ନଦୀର ଦକ୍ଷିଣ ପାଶ୍ୱର୍ ବନ୍ଧ ଉପରେ ଲୋକେ ଗୃହପାଳିତ ପଶୁଙ୍କୁ ଧରି ଖୋଲା ଆକାଶ ତଳେ ପଡ଼ିରହିଥିବା ବେଳେ ସେମାନଙ୍କୁ ପଲିଥିନଟିଏ ମଧ୍ୟ ଯୋଗାଇ ଦିଆଯାଇ ନଥିବାରୁ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ । ରିଲିଫ ଓ ପଲିଥିନ ବଣ୍ଟନ ପ୍ରକ୍ରିୟାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବାଦ୍ ଦିଆଯିବାକୁ ସେ ବିରୋଧ କରିଛନ୍ତି । ହଜାର ହଜାର ଚାଷୀ ଧାନ ଚାଷ ପାଇଁ ତଳି ପକାଇଥିବା ବେଳେ ୫ ଦିନରୁ ଅଧିକ ସମୟ ଧରି ଜମିରେ ପାଣି ରହିଥିବାରୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବନ୍ୟା ନିୟନ୍ତ୍ରଣ, ବନ୍ୟା ପରବର୍ତ୍ତୀ ପୁନଃରୁଦ୍ଧାର ଓ ସମସ୍ତ ନଦୀବନ୍ଧକୁ ସୁଦୃଢ଼ କରିବା ସହିତ କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କୁ ଦଳୀୟ ଚିନ୍ତାଧାରାରୁ ଊଦ୍ଧ୍ୱର୍ରେ ରହି ନିର୍ବାଚିତ ପ୍ରତିନିଧି ମାନେ ସମର୍ପିତ ମନୋଭାବ ନେଇ ସେବା କରିବାକୁ ସେ ଆହ୍ୱାନ ଦେଇଥିଲେ ।

ବନ୍ୟା ସମୟରେ ନୂତନ ଜିଲ୍ଲାପାଳ ନିଯୁକ୍ତିକୁ ନିନ୍ଦା କରି ସେ କହିଥିଲେ ଯେ, ପୁନଃରୁଦ୍ଧାର କାର୍ଯ୍ୟରେ ଅଭିଜ୍ଞ ଓ ଦକ୍ଷ ଅଧିକାରୀଙ୍କୁ ସରକାର ନିୟୋଜିତ କରନ୍ତୁ । ମୁଖ୍ୟମନ୍ତ୍ରୀ ତୁରନ୍ତ ଭଦ୍ରକ ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ୭ଟି ବ୍ଲକକୁ ସ୍ୱତନ୍ତ୍ର ଧ୍ୟାନ ଦେଇ ଏକ ଉଚ୍ଚସ୍ତରୀୟ ବୈଠକ କରି ବନ୍ୟା ସହାୟତା ଯୋଗାଇ ଦେବାକୁ ଶ୍ରୀ ଦାସବର୍ମା ଦାବି କରିଥିଲେ । ବନ୍ୟାଞ୍ଚଳ ଗସ୍ତ ସମୟରେ ନିର୍ବାଚନମଣ୍ଡଳୀ ସ୍ତରୀୟ ନେତା ଡଃ ସଞ୍ଜୟ ଦାସ, ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ଧୂଷୁରୀ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଭଦ୍ରକ ଜିଲ୍ଲାର ବିଜେଡି ସଭାନେତ୍ରୀ ବିଦୁ୍ୟତ୍ଲତା ନାୟକ, ଧାମନଗର ବ୍ଲକ ବିଜେଡି ସଭାପତି ପ୍ରତାପ ଚନ୍ଦ୍ର ସାମଲ, ଧାମନଗର ବ୍ଲକ ବିଜେଡି ଯୁବ ସଭାପତି ଭାରତ ବିଜୟ ଦଳାଇ ଓ ଦଳର ଅନ୍ୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande