
ଭୁବନେଶ୍ୱର, 04 ଅଗଷ୍ଟ (ହି.ସ.)ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ରୁ ଅବସର ଗ୍ରହଣ କରିଥିବା 30 ଜଣ କର୍ମଚାରୀଙ୍କୁ ଦିଆଗଲା ଅବସରକାଳୀନ ସମ୍ବର୍ଦ୍ଧନା। ଏହି ଉପଲକ୍ଷେ ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ, ସସ୍ମିତା ସାହୁ, ମୁଖ୍ୟ ବିତ୍ତ ଅଧିକାରୀ ଦୀପକ ରଂଜନ ବେହେରା, ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ ।
ଗତ ତିନି ମାସ ମଧ୍ୟରେ ବିଏମ୍ ସିରୁ ସମୁଦାୟ 30 ଜଣ ଅଧିକାରୀ ଓ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଏକ୍ସକ୍ୟୁଟିଭ୍ ଇଂଜିନିୟର, ସରୋଜ କୁମାର ମହାପାତ୍ର ଗତ ମାସରେ ଅବସର ଗ୍ରହଣ କରିଥିଲେ । ସେହିପରି ଟାକ୍ସ କଲେକ୍ଟର ଦେବିଦତ୍ତ ମହାନ୍ତି, ବିନୋଦ ମଲ୍ଲିକ, ଅରୁଣ କୁମାର ସାହୁ, ପ୍ରଶାନ୍ତ ଆଚାର୍ଯ୍ୟ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ଦୀପକ କୁମାର ନାୟକ ଅବସର ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅବସର ଗ୍ରହଣ କରିଥିବା କର୍ମଚାରୀମାନେ ହେଲେ କୃପାସିନ୍ଧୁ ଭୋଇ, ଭଗବାନ ବଳବନ୍ତରାୟ, ଅଜୟ କୁମାର ଦାସ, ପ୍ରଫୁଲ୍ଲ କୁମାର ନାଏକ, ଅଞ୍ଜୁଳା ମହାନ୍ତି, ଭବାନୀ ଶଙ୍କର ଶତପଥି, ଉପେନ୍ଦ୍ର କୁମାର ନାୟକ, ମୂରଲୀଧର ମହାନ୍ତି, ଖଳେଶ୍ୱର ମାହାର, କୈଳାସ ଗୋଚ୍ଛାୟତ, ବନମାଳୀ ନାଇକ, ଗୋବର୍ଦ୍ଧନ ନାଇକ, ଅଶୋକ ନାଇକ, କୁଞ୍ଜ ନାଇକ, ମଧୁସୂଦନ ନାଇକ, ଚନ୍ଦ୍ରମଣି ସାମନ୍ତରାୟ, ମଞ୍ଜୁବାଳା ନାଇକ, ଅଭି ନାଇକ, ଅମର କୁମାର ମହାରଣା, ଛବି ନାଇକ, ଲକ୍ଷ୍ମଣ ଜେନା ଓ ନଗେନ ବରାଳ ପ୍ରମୁଖ । ଅବସର ଗ୍ରହଣ କରିଥିବା ସମସ୍ତ କର୍ମଚାରୀଙ୍କୁ ଉପଢୌକନ, ଉପହାର, ବୃକ୍ଷଚାରା ଆଦି ପ୍ରଦାନ ସହ ଯୋଗ୍ୟ ବ୍ୟକ୍ତିମାନଙ୍କୁ ପ୍ରୋଭିଜନାଲ ପେନସନ ମଧ୍ୟ ପ୍ରଦାନ କରାଯାଇଛି । ଅବସର ଗ୍ରହଣ କରିଥିବା ଏହି କର୍ମଚାରୀମାନେ ବିଭିନ୍ନ ପଦପଦବୀରେ ରହି ଦୀର୍ଘ ବର୍ଷ ଧରି ବିଏମ୍ ସିରେ କାର୍ଯ୍ୟ କରିଆସିଥିଲେ । ଅବସରପରେ ସେମାନେ ବାକି ସମୟ ସପରିବାରେ ଘର କାର୍ଯ୍ୟରେ ସହାୟକ ହେବା ସହ ଦୀର୍ଘ ଓ ନିରାମୟ ଜୀବନ ଯାପନ ପାଇଁ ପରାମର୍ଶ ଦେଇଥିଲେ ଉପସ୍ଥିତ ଅତିଥିବୃନ୍ଦ ।
ବିଏମ୍ ସି ରିକ୍ରିଏସନ କ୍ଲବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଶୁଭକାନ୍ତ ପାଢୀ ଏବଂ ସହଯୋଗ କରିଥିଲେ ସଂପାଦକ ଅକ୍ଷୟ କୁମାର ସ୍ୱାଇଁ ଓ କୋଷାଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତି । ଏଥିରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା