
ବଲାଙ୍ଗୀର, ୦୪ ଅଗଷ୍ଟ(ହି.ସ.) – କୋଲକତାର ନେତାଜୀ ଇନ୍ଡୋର ଷ୍ଟାଡିୟମ ଠାରେ ଆୟୋଜିତ ଦଶମ ଅର୍ନ୍ତଜାତୀୟ କରାଟେ ପ୍ରତିଯୋଗିତା ‘ଇଣ୍ଡିଆନ ଚ୍ୟାଲେଞ୍ଜର କପ’ରେ ବଲାଙ୍ଗୀର କରାଟେକା ୧୧ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୧୭ କାଂସ୍ୟ ପଦକ ସହ ମୋଟ ୩୬ ପଦକ ଜିତିଛନ୍ତି। ଏହି ସଫଳତା ଲାଗି ପଦକ ବିଜେତାଙ୍କୁ ବଲାଙ୍ଗୀର କରାଟେ ସଂଘ ଓ ବଲାଙ୍ଗିର କରାଟେ ସ୍କୁଲ ପକ୍ଷରୁ ବଲାଙ୍ଗୀର କରାଟେ ସ୍କୁଲର ମୁଖ୍ୟ ଉପଦେଷ୍ଟା ମାନୁଏଲ ନାଗ, ସଭାପତି ସଚ୍ଚିଦାନନ୍ଦ ବାଗ, ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ, କୋଷାଧ୍ୟକ୍ଷ ରବି ବେହେର, ଅଭିନନ୍ଦନ ଜ୍ଞାପନ କରିଛନ୍ତି। ସ୍ୱର୍ଣ୍ଣରେ ଆଦିତ୍ୟ ସିଂ ବାରିକ, ଆନନ୍ଦିତା ସାହୁ, ଅଂଶୁମାନ ଧରୁଆ, ଯଶବନ୍ତ କୁମ୍ଭାର(୨ଟି), ଜସ୍ମିନ ସାହୁ, କାବ୍ୟାରାନି ହଂସ, ଲୋକେଶ ବାଗ, ପଲ୍ଲବି ନାଏକ, ଶ୍ୟାମାରାନି ଖୁଆସ, ସୋମେଶ ବାଗ। ରୌପ୍ୟରେ ଅଭିନନ୍ଦନ ସ୍ୱାମୀ, ହିତେଶ ପ୍ରିୟଦର୍ଶୀ ବେହେରା ୭ଟି, କାଂସ୍ୟରେ ଆଲିୟନ ତିର୍କି, ଆରୁଶି ବେହେରା, ଆର୍ଶିବାଦ ଦାସ, ଦିବୟେଶ ଜେନା, ହାର୍ଦ୍ଦିକ ବାରିକ, ଇଭାନ ପ୍ରଧାନ, ପ୍ରୟାଂଶୁ ଶେଖର ଭାଟି, ଶ୍ରୀୟା ସାହୁ, ଶ୍ରୀତମ ଭଣ୍ଡ। ସ୍କୁଲର ସଂପାଦକ ହୃଦୟ ଶବର ପ୍ରତିଯୋଗିତାରେ ରେଫରି ଓ ଜର୍ଜର କାର୍ଯ୍ୟ ତୁଳାଇଥିବାବେଳେ ଦଳ ସହିତ ଟିମ୍ ମ୍ୟାଜେଜର ରାଜେନ୍ଦ୍ର ବାଗ, ଦୁଇ ସହଯୋଗୀ କୋଚ ରେଖା ମନହିରା, ବିନୋଦିନୀ ଠେଲା ଆଜି ବଲାଙ୍ଗିର ଫେରିଛନ୍ତି। ସ୍କୁଲ ପକ୍ଷରୁ ଟ୍ରେନ୍ ଷ୍ଟେସନ ଠାରେ ଭବ୍ୟ ସ୍ୱାଗତ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ