ଲୋୟର ସୁକତେଲ ଡ୍ୟାମରେ ଜଳବନ୍ଦୀ ଜୀବଯନ୍ତୁ; ଜାତୀୟ ପକ୍ଷୀ ମୟୁର, ବିଭିନ୍ନ ପକ୍ଷୀ କରିଡର ନିର୍ମାଣ କରିବା ପାଇଁ ଦାବି
ବଲାଙ୍ଗିର, ୪ ଅଗଷ୍ଟ (ହି.ସ.)- ମାଗୁରବେଡା ଲୋୟର ସୁକତେଲ ଡ୍ୟାମ ମଣିଷ ଏବଂ ମନ୍ଦିର ଗୁଡିକରେ ମହାପ୍ରଭୁ ବିସ୍ଥାପିତ ହୋଇଥିଲେ । ଲୋକଙ୍କ ଘରଦ୍ୱାର ଭଙ୍ଗା ହେଲା, ବିଭିନ୍ନ ଚାଷ ଜମି ମଧ୍ୟ କ୍ଷତିଗ୍ରସ୍ତ ହେଲା । ଚାଷୀଙ୍କ ହକ୍ ପାଇଁ ବିଭିନ୍ନ ସମୟରେ ବିରାଟ ଆନ୍ଦୋଳନ ହୋଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ
ଲୋୟର ସୁକତେଲ ଡ୍ୟାମରେ ଜଳବନ୍ଦିରେ ଜବଜନ୍ତୁ  ଜାତୀୟ ପକ୍ଷୀ ମୟୁର, ବିଭିନ୍ନ ପକ୍ଷୀ କରିଡର ନିର୍ମାଣ କରିବା ପାଇଁ ଦାବି


ଲୋୟର ସୁକତେଲ ଡ୍ୟାମରେ ଜଳବନ୍ଦିରେ ଜବଜନ୍ତୁ  ଜାତୀୟ ପକ୍ଷୀ ମୟୁର, ବିଭିନ୍ନ ପକ୍ଷୀ କରିଡର ନିର୍ମାଣ କରିବା ପାଇଁ ଦାବି


ବଲାଙ୍ଗିର, ୪ ଅଗଷ୍ଟ (ହି.ସ.)- ମାଗୁରବେଡା ଲୋୟର ସୁକତେଲ ଡ୍ୟାମ ମଣିଷ ଏବଂ ମନ୍ଦିର ଗୁଡିକରେ ମହାପ୍ରଭୁ ବିସ୍ଥାପିତ ହୋଇଥିଲେ । ଲୋକଙ୍କ ଘରଦ୍ୱାର ଭଙ୍ଗା ହେଲା, ବିଭିନ୍ନ ଚାଷ ଜମି ମଧ୍ୟ କ୍ଷତିଗ୍ରସ୍ତ ହେଲା । ଚାଷୀଙ୍କ ହକ୍ ପାଇଁ ବିଭିନ୍ନ ସମୟରେ ବିରାଟ ଆନ୍ଦୋଳନ ହୋଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଲୋୟର ସୁକତେଲ ଡ୍ୟାମ ନିର୍ମାଣ ହୋଇଥିଲା । ନିଜ ଗ୍ରାମର ଭିଟାମାଟି ଛାଡି ବିସ୍ଥାପିତ ହୋଇଥିଲେ ଦେବା ଦେବୀ ମଧ୍ୟ । ବିଭିନ୍ନ ଗାଁ ରେ ଲକ୍ଷ ଲକ୍ଷ ଗଛ କାଟି ଜଳବନ୍ଦୀରେ ଜଙ୍ଗଲ ନଷ୍ଟ ହୋଇଗଲା । ସରକାର ନିଷ୍ପତ୍ତି ନେଇ ପାରିନଥିଲା ଜିବଜନ୍ତୁ ପାଇଁ । ଏବେ ଜୀବଯନ୍ତୁ ଜଳବନ୍ଦୀ ଅବସ୍ଥାରେ। ଡ୍ୟାମରେ ପାଣି ରହିଥିବାରୁ ରାଜପଥରେ ଜୀବଯନ୍ତୁ ବୁଲୁଛନ୍ତି । ଜଙ୍ଗଲ ନଷ୍ଟ ହୋଇଯିବାରୁ ଏମାନଙ୍କର ଆଶ୍ରୟ ସ୍ଥଳ ପାଲଟିଛି ସଡ଼କ । ବରାହ, କୁଟୁରା, ଠେକୁଆ, ଜାତୀୟ ପକ୍ଷୀ ମୟୁର, ଲୋୟର ସୁକତେଲ ଡ୍ୟାମ ପାଖରେ ଏମାନଙ୍କୁ ଦେଖିବାକୁ ମିଳୁଛି । ଏମାନଙ୍କ ସୁରକ୍ଷା ପାଇଁ ଆଜି ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ବଲାଙ୍ଗିର ଡିଏଫଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ଏସିଏଫ୍ ମାନସ ରଂଜନ ବେହେରା ଦାବିପତ୍ର ଗ୍ରହଣ କରିଛନ୍ତି । କମିଟି ଚାରିଗୋଟି ପ୍ରସ୍ତାବ ଦାବିପତ୍ରରେ ପ୍ରଦାନ କରିଛି । ଜଳବନ୍ଦୀ ଅବସ୍ଥାରେ ଥିବା ଜୀବଯନ୍ତୁଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଉ, ଲୋୟର ସୁକତେଲ ଡ୍ୟାମ ଚାରି ପାର୍ଶ୍ଵରେ ସଚେତନତା ବୋର୍ଡ ଲଗାଯାଉ, ଜାତୀୟ ପକ୍ଷୀ ମୟୁର ଓ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ପାଇଁ କରିଡର ନିର୍ମାଣ କରାଯାଉ। ବେଧଡକ ଶିକାର କରୁଥିବା ଶିକାରୀମାନଙ୍କୁ ଧରିବା ପାଇଁ ବିଭାଗ ପକ୍ଷରୁ ଏକ କମିଟି ଗଢାଯାଉ। ଏକ ସଚେତନା ସଭା ମଧ୍ୟ କରାଯାଉ ବୋଲି ଦାବିପତ୍ରରେ ଦିଆଯାଇଛି ।

ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜାତୀୟ ପକ୍ଷୀ ମୟୁର ଆଇନରେ ଅଭିଯୁକ୍ତ ଶିକାରୀଙ୍କୁ ସାତ ବର୍ଷ କାରାଗାରରେ ଦଣ୍ଡିତ ହେବା ପାଇଁ ବ୍ୟବଧାନ କରାଯାଉ ଓ ମୟୁର ମାନଙ୍କୁ ସୁରକ୍ଷା ପାଇଁ ଦାବି ଉଠାଇଥିଲେ । ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ସଂପାଦକ ପ୍ରଶାନ୍ତ ମହାକୁର, ଅର୍ଜୁନ ସାହୁ, ସହ ସଂପାଦକ ଶମ୍ଭୁ ପ୍ରସାଦ ଶତପଥି, କୋଷାଧ୍ୟକ୍ଷ ଭବାନି ଶଙ୍କର ଭୋଇ, ରିଣ୍ଟୁୁ ସାହୁ, ସତ୍ୟନାରାୟଣ ତ୍ରିପାଠି ପ୍ରମୁଖ ସାମିଲ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande