ବିଜେଡି ନେତାମାନେ ତତ୍କାଳୀନ ସରକାରକୁ ବଂଚାଇବା ପାଇଁ ବୟାନବାଜୀ କରୁଛନ୍ତି: ବିଜେପି
ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ)- ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍ଓ)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣା ଫାଇଲ ଚୋରି ଘଟଣାରେ ବିଜୁ ଜନତା ଦଳର ନେତାମାନେ ତାଙ୍କ ଦଳର ତତ୍କାଳୀନ ସରକାରକୁ ବଦ୍ନାମୀରୁ ବଂଚାଇବା ପାଇଁ ସାମ୍ବାଦିକ ସମ୍ମିଳନୀ କରି ବୟାନବାଜୀ କରୁଛନ୍ତି ବୋଲି ଏକ ପ୍ର
ବିଜେଡି ନେତାମାନେ ତତ୍କାଳୀନ ସରକାରକୁ ବଂଚାଇବା ପାଇଁ ବୟାନବାଜୀ କରୁଛନ୍ତି: ବିଜେପି


ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ)- ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍ଓ)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣା ଫାଇଲ ଚୋରି ଘଟଣାରେ ବିଜୁ ଜନତା ଦଳର ନେତାମାନେ ତାଙ୍କ ଦଳର ତତ୍କାଳୀନ ସରକାରକୁ ବଦ୍ନାମୀରୁ ବଂଚାଇବା ପାଇଁ ସାମ୍ବାଦିକ ସମ୍ମିଳନୀ କରି ବୟାନବାଜୀ କରୁଛନ୍ତି ବୋଲି ଏକ ପ୍ରେସ୍ ବାର୍ତାରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ସିଏମ୍ଓରୁ ଫାଇଲ୍ ଚୋରି ପ୍ରସଙ୍ଗ ଯେତେବେଳେ ପ୍ରଘଟ ହେଲା ସେତେବେଳେ ଜଷ୍ଟିସ ଏ.ଏସ୍ ନାଇଡୁ ଗଣମାଧ୍ୟମ ଆଗରେ କହିଥିଲେ ଯେ, କମିଶନ୍ ରିପୋର୍ଟରେ ଗୋଟିଏ କପି ୨ଟି ଭଲ୍ୟୁମରେ ସେ ତତ୍କାଳୀନ ବିଜେଡି ସରକାରଙ୍କୁ ଦେଇଥିଲେ । ଉକ୍ତ ରିପୋର୍ଟ ୧୫୦୦ରୁ ୨୦୦୦ ପୃଷ୍ଟା ପର୍ଯ୍ୟନ୍ତ ଥିଲା । ଯଦି ଗୋଟିଏ ଭଲ୍ୟୁମରେ ଜଷ୍ଟିସ୍ ନାଇଡ୍ୁ ଗୋଟିଏ କପି ଦେଇଥିଲେ ତାହଲେ ବିଜୁ ଜନତା ଦଳର ସର୍ବୋଚ୍ଚ ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରରେ ଥିଲାବେଳେ ୮ ବର୍ଷ କାଳ ଉକ୍ତ ରିପୋର୍ଟକୁ ତାଙ୍କ ପାଖରେ ରଖିଥିଲେ କାହିିଁକି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେତେବେଳେ ଏହି ଫାଇଲ ନବୀନ ପଟ୍ଟନାୟକ କ’ଣ ପାଇଁ ସାର୍ବଜନୀନ କଲେ ନାହିଁ ତାହା ପ୍ରଥମେ ସ୍ପଷ୍ଟ କରନ୍ତି । ନବୀନ ବାବୁ ଶାସନରୁ ଗଲାପରେ ସବୁ ଫାଇଲ ସିଏମ୍ଓକୁ ଆସିଲା ମାତ୍ର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣା ଫାଇଲ ଆସି ନ ଥିଲା । ଏନେଇ ଫାଇଲ୍ ସମ୍ପର୍କରେ ବିଜେପି ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ପ୍ରେରଣ କରାଯାଇ ଅନୁସନ୍ଧାନ କରାଯାଇଥିଲା । ମାତ୍ର ନବୀନ ପଟ୍ଟନାୟକଙ୍କ ପାଖରୁ କୌଣସି ଉତର ମିଳି ନ ଥିଲା । ଏହି ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଫ୍ଆଇଆର୍ ଦିଆଯାଇଛି । ରାଜ୍ୟର ସବୁଠାରୁ ବୃହତ୍ ଓ ବିଶ୍ୱାସନୀୟ ତଦନ୍ତକାରୀ ସଂସ୍ଥା କ୍ରାଇମ୍ବାଂଚ ଏହି ମାମଲାର ତଦନ୍ତ କରୁଛି । ଭାରତ ବର୍ଷର ନ୍ୟାୟିକ ବ୍ୟବସ୍ଥା ଅନୁସାରେ ଏବେ ତଦନ୍ତ ଚାଲିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande