
- ଖୁବଶୀଘ୍ର ସାମ୍ନାକୁ ଆସିବ କିଏ ହେବ ସାକ୍ଷୀ କିଏ ଅଭିଯୁକ୍ତ - କ୍ରାଇମବ୍ରାଂଚ ଡିଜି
ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ)- ସିଏମଓରୁ ନାଇଡୁ କମିଶନଙ୍କ ଫାଇଲ ଗାଏବ ଘଟଣାରେ କ୍ରାଇମବ୍ରାଂଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି ଯେ ପୁରା ଘଟଣାର ତଦନ୍ତ ଟେକ୍ନିକାଲ ଉପାୟରେ କରାଯାଉଛି। ପୂରା ଘଟଣାର ତଦନ୍ତ ଟେକ୍ନିକାଲ୍ ଉପାୟରେ କରାଯାଉଛି। ଖୁବଶୀଘ୍ର ଏକାଧିକ ଲୋକଙ୍କୁ ହେବ ଜେରା କରାଯିବ ଏବଂ ଯାହାର ସମ୍ପୃକ୍ତି ଆସିବ ସେ ହାଜର ହେବାକୁ ବାଧ୍ୟ। ତଦନ୍ତ ବେଳେ କିଏ ସାକ୍ଷୀ, କିଏ ସନ୍ଦିଗ୍ଧ, କିଏ ଅଭିଯୁକ୍ତ ତାହା ପ୍ରମାଣ କହିବ। ତଦନ୍ତ ବେଳେ ଯାହାଙ୍କୁ ନୋଟିସ କରାଯିବ ସେମାନେ ଏଡ଼ାଇ ଯାଇପାରିବେନି। ଆବଶ୍ୟକ ଅନୁସାରେ ପର୍ଯ୍ୟାୟକ୍ରମେ ଜଣ ଜଣଙ୍କୁ ନୋଟିସ ତଦନ୍ତ ଚାଲିଛି। ଖୁବଶୀଘ୍ର ସାମ୍ନାକୁ ଆସିବ କିଏ ହେବ ସାକ୍ଷୀ କିଏ ଅଭିଯୁକ୍ତ। ଅନ୍ୟପକ୍ଷରେ ପାଠ୍ୟପୁସ୍ତକ ଛପା ଦୁର୍ନୀତି ମାମଲାରେ ପ୍ରାୟ ୨୪୦ ଜଣଙ୍କର ତାଲିକା ହୋଇଛି ବୋଲି କହିଛନ୍ତି କ୍ରାଇମବାଂଚ ଡିଜି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା