
ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ)- ଚିଲିକାର ସାମଗ୍ରିକ ପର୍ଯ୍ୟଟନ ବିକାଶ ସମ୍ପର୍କରେ ମଙ୍ଗଳବାର ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଚିଲିକାରେ ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସୁବିଧା, ୱାଟର ସ୍ପୋର୍ଟ୍ସ, ଆଡଭେଂଚର ଟୁରିଜିମ୍, ବୋଟିଂ ଏବଂ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନ ଭିତିଭୂମିର ବିକାଶ ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା , ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ଚିଲିକାକୁ ଏକ ଆକର୍ଷଣୀୟ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ଦିଗରେ ଆମ ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀମତୀ ପରିଡା ଏହି ଅବସରରେ କହିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା