ଝାରସୁଗୁଡ଼ା ପୌରାଞ୍ଚଳରେ ଜିଲ୍ଲାପାଳଙ୍କ ସମୀକ୍ଷା; ବିକଳ୍ପ ମାର୍କେଟ ଜୋନ୍ ଓ ସରବାହାଲ ଶୌଚାଳୟ ମରାମତି ପାଇଁ ନିର୍ଦ୍ଦେଶ
Collector review on various devlopment works
Collector review


ଝାରସୁଗୁଡ଼ା, ୪ ଅଗଷ୍ଟ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଝାରସୁଗୁଡ଼ା ପୌରପାଳିକା ଅନ୍ତର୍ଗତ ବିଭିନ୍ନ ନାଗରିକ ସୁବିଧାସୁଯୋଗ ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକ ଓ ପରିଦର୍ଶନ ସମୟରେ ଝାରସୁଗୁଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଗସ୍ତ ସମୟରେ ଜିଲ୍ଲାପାଳ ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଲାଗୁଥିବା ଶୁକ୍ରବାର ବଜାରର ଅତ୍ୟଧିକ ଜନଗହଳି ଓ ଟ୍ରାଫିକ୍ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଥିଲେ। ସାଧାରଣ ଜନତା ଏବଂ ବ୍ୟବସାୟୀଙ୍କ ସୁବିଧା ପାଇଁ ଏକ ବିକଳ୍ପ ମାର୍କେଟ ଜୋନ୍ ପ୍ରତିଷ୍ଠା ନିମନ୍ତେ ଯଥାଶୀଘ୍ର ଉପଯୁକ୍ତ ସ୍ଥାନ ଚିହ୍ନଟ କରିବାକୁ ସେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସରବାହାଲ ହାଇସ୍କୁଲ ପଡ଼ିଆରେ ଥିବା ଶୌଚାଳୟର ସ୍ଥିତି ଅନୁଧ୍ୟାନ କରି ଏହାର ତୁରନ୍ତ ମରାମତି ଓ ସଠିକ୍ ରକ୍ଷଣାବେକ୍ଷଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା ଖେଳାଳି ଓ ସ୍ଥାନୀୟ ଜନସାଧାରଣ ସ୍ୱଚ୍ଛ ଏବଂ ବ୍ୟବହାରପୋଗ୍ୟ ଶୌଚାଳୟର ସୁବିଧା ପାଇପାରିବେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande