
ଜୟପୁର, ୪ ଅଗଷ୍ଟ (ହି.ସ.)- ଗାୟତ୍ରୀ ଶକ୍ତି ପୀଠ ଠାରେ ୨୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅବିଭକ୍ତ କୋରାପୁଟ ଜିଲ୍ଲା ଗାୟତ୍ରୀ ପରିବାରର ଗୋଷ୍ଠି ସଭାପତି ପ୍ରକାଶ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି l କୋରାପୁଟ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଏସପି, ଏସଡିପିଓ, ଅଗ୍ନିଶମ ବିଭାଗ, ବିଜୁଳି ବିଭାଗ, ଜଳ ସମ୍ପଦ ବିଭାଗ, ଟାଉନ ଆଇ.ଆଇ.ସି., ସଦର ଆଇ.ଆଇ.ସି., ସ୍ବାସ୍ଥ୍ୟ ବିଭାଗ, ବିକ୍ରମ ଦେବ ବିଶ୍ଵ ବିଦ୍ୟାଳୟ, ସମସ୍ତ ପ୍ରଶାସନିକ ବିଭାଗକୁ ସ୍ଵୀକୃତି ନିମନ୍ତେ ଦରଖାସ୍ତ ପ୍ରଦାନ କରାଯାଇଛି । ଓ ସମସ୍ତ ବିଭାଗ ବହୁ ଉତ୍ସାହ ସହକାରେ ଭୂରି ଭୂରି ପ୍ରଶଂସା ସହ ସହଯୋଗର ହାତ ବଢାଇବା ନିମନ୍ତେ ସହମତି ପ୍ରକାଶ କରିଥିଲେ । ଶକ୍ତିପୀଠ ମୁଖ୍ୟ ଟ୍ରଷ୍ଟି ଋତୁମ୍ବରା ପାତ୍ର, ନିରଞ୍ଜନ ପାଣିଗ୍ରାହି, ଗଙ୍ଗାଧର ପାଣିଗ୍ରାହି, ଗୋପାଳ ପାତ୍ରଙ୍କ ପ୍ରତିନିଧିତ୍ୱରେ ୧୨୦ ଜଣ ହରିଦ୍ଵାର ଯାଇ ମହାଯଜ୍ଞର ଶୁଭାରମ୍ଭ ନିମନ୍ତେ ଦିବ୍ୟ ଶକ୍ତି କଳସ ଆଣିବା ନିମନ୍ତେ ସ୍ଥିର କରାଗଲା । ଶକ୍ତି କଳସ ହରିଦ୍ଵାର ଠାରୁ ଆସନ୍ତା ୨୧ ତାରିଖ ଦିନ ବାହାରି ୨୩ ତାରିଖ ଦିନ ଜୟପୁର ରେଳବାଇ ଷ୍ଟେସନ ଠାରେ ପହଞ୍ଚି ଇରିଗେସନ କଲୋନୀରେ ପହଞ୍ଚିଵ l ସେଠାରୁ ପୂର୍ବାହ୍ନ ୧୧ଟା ସମୟରେ ବାହାରି ଫରେଷ୍ଟ କଲୋନୀ ଦେଇ ପାରା ବେଢ଼ା, ଅଧିକାରୀ ଛକ, ଟ୍ରାଫିକ ଛକ, ପାର୍କ ଲାଇନ୍ ଛକ, ଜଗତ ଜନନୀ ମନ୍ଦିର ଛକ, ଚୈତନ୍ୟ ମନ୍ଦିର, ରାଜନଗର ଛକ, ଜଗନ୍ନାଥ ମନ୍ଦିର, ତାରିଣୀ ମନ୍ଦିର, ପଞ୍ଚାନନ ମନ୍ଦିର, ମାର୍ଗ ଦେଇ ଗାୟତ୍ରୀ ଶକ୍ତି ପୀଠ ଠାରେ ପହଂଚିବ l ତେଣୁ ସମସ୍ତ ଆଧ୍ୟାତ୍ମିକ ସାମାଜିକ ସଂଗଠନକୁ ନିଜ ପରିଚୟ (ବେନାର୍,) କିର୍ତ୍ତନ ମଣ୍ଡଳୀ, ଘଣ୍ଟ, ଶଙ୍ଖ,ବାଦ୍ୟ, ହୁଳହୁଳି ସହ ଦିବ୍ୟ ଭବ୍ୟ ସ୍ବାଗତ କରିବା ନିମନ୍ତେ ଗ୍ରାମବାସୀ ଓ ପ୍ରଶାସନଙ୍କୁ ଅନୁରୋଧ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୭ ତାରିଖ ଦିନ ଗାୟତ୍ରୀ ଶକ୍ତି ପୀଠ ଠାରେ ପୁନଃ ଯଜ୍ଞ ଓ ଶକ୍ତି କଳସ ଅବିଭକ୍ତ କୋରାପୁଟ ଜିଲ୍ଲା ଓ ଜୟପୁର ନିକଟସ୍ଥ ୨୫୧ ଗ୍ରାମ ପରିକ୍ରମା ନିମନ୍ତେ ପ୍ରସ୍ତୁତି ବୈଠକ ଆୟୋଜିତ ହେବ ।
ଏହି କାର୍ଯ୍ୟକ୍ରମରେ ବାଲ୍ମୀକି ପ୍ରଧାନ, କାଳୁରାମ ପଣ୍ଡା, ବିଲୁ ସିଂ ରାଜପୂତ୍, ଅନିଲ ଦାସ, ଅମର ପାଢ଼ୀ, ବାଜି ସେଠୀ, ନିରଞ୍ଜନ ଭୂୟାଁ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଗାୟତ୍ରୀ ପରିବାର ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି