ଯୁବ ଯାଦବ ମହାସଭା ତରଫରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଂଟନ
ଭଦ୍ରକ, ୪ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲ୍ଲା ଯୁବ ଯାଦବ ମହାସଭା ତରଫରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ମାଳଦା ପଂଚାୟତ ର ମାଳଦା ହରିଜନ ସାହି, ଚତୁର୍ଭୁଜପୁର, ଶାରଣା ଆଦି ବିଭିନ୍ନ ବନ୍ୟା ଅଂଚଳ ରେ ଏହି ରିଲିଫ ପ୍ରଦାନ କରାଯାଇଛି । ଅଟା, ବିସ୍କୁଟ, ଚକଲେଟ ଆଦି ବଂଟନ ହୋଇଛି
JUBA JADAB MAHASABHA KHADYA BANTAN


ଭଦ୍ରକ, ୪ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲ୍ଲା ଯୁବ ଯାଦବ ମହାସଭା ତରଫରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ମାଳଦା ପଂଚାୟତ ର ମାଳଦା ହରିଜନ ସାହି, ଚତୁର୍ଭୁଜପୁର, ଶାରଣା ଆଦି ବିଭିନ୍ନ ବନ୍ୟା ଅଂଚଳ ରେ ଏହି ରିଲିଫ ପ୍ରଦାନ କରାଯାଇଛି । ଅଟା, ବିସ୍କୁଟ, ଚକଲେଟ ଆଦି ବଂଟନ ହୋଇଛି ପ୍ରାୟ ୩ ଶହ ପରିବାର ଙ୍କୁ ଏହି ରିଲିଫ ଦିଆଯାଇଥିଲା । ରାଜ୍ୟ ଯୁବ ଯାଦବ ସଭାପତି ଅମର କୁମାର ନାୟକ ଙ୍କ ନେତୃତ୍ୱ ରେ ଜିଲ୍ଲା ଯୁବ ଯାଦବ ସଭାପତି ବରିଷ୍ଠ ସାମ୍ବାଦିକ ରବିନାରାୟଣ ଖିଲାର, ଉପସଭାପତି ସଂଜୀବ ନାୟକ, ସୁଜୟ ପାକଳ, ମାଳଦା ପଂଚାୟତ ଯୁବ ଯାଦବ ସଭାପତି ପପୁ ଦାସ ଙ୍କ ସମେତ, ସାମ୍ବାଦିକ ରାଜେନ୍ଦ୍ର ଶତପଥି, ସରପଂଚ ପ୍ରତିନିଧି ବାବୁ ପରିଡା,ପାଣୁଆ ସାମଲ,ସୁଧୀର ସେଠି,ଅଶୋକ ଯେନା ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ସମାଜ ସେବା କାର୍ଯ୍ୟକୁ ଗ୍ରାମବାସୀ ମାନେ ପ୍ରଶଂସା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande