







ସମ୍ବଲପୁର, ୦୪, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲାର ଲପଙ୍ଗା ଛକଠାରେ ଯୁବ ସମାଜସେବୀ ଆୟୁଷ ବେହେରାଙ୍କ ଜନ୍ମଦିନ ଅବସରରେ କିରଣ ବେହେରା ଫାଉଣ୍ଡେଶନ୍ ପକ୍ଷରୁ ସୋମବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।
ସମ୍ବଲପୁର ଓ ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଆୟୋଜିତ ଏହି ଶିବିରରେ ୧୧୧ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଫାଉଣ୍ଡେଶନର ସଂସ୍ଥାପକ କିରଣ ବେହେରା ଓ ତାଙ୍କ ସହଧର୍ମିଣୀ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ମହତ୍ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ