କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ
ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ)- କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି) ର ୱାର୍ଡେନମାନଙ୍କ ନିମନ୍ତେ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣର ଶୁଭାରମ୍ଭ ହୋଇଯାଇଛି । ଜାତୀୟ ଶିକ୍ଷା ଯୋଜନା ଏବଂ ପ୍ରଶାସନ ପ୍ରତିଷ୍ଠାନ ( ନିପା), ନୂଆଦିଲ୍ଲୀ ଏବଂ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ
8o78


ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ)- କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି) ର ୱାର୍ଡେନମାନଙ୍କ ନିମନ୍ତେ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣର ଶୁଭାରମ୍ଭ ହୋଇଯାଇଛି । ଜାତୀୟ ଶିକ୍ଷା ଯୋଜନା ଏବଂ ପ୍ରଶାସନ ପ୍ରତିଷ୍ଠାନ ( ନିପା), ନୂଆଦିଲ୍ଲୀ ଏବଂ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଓଡ଼ିଶା ର ମିଳିତ ସହଯୋଗରେ ଆଂଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ) ଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ସଙ୍ଗୀତା ବେହେରା, ଯୁଗ୍ମ ନିର୍ଦ୍ଦେଶକ ଜାସ୍ମିନ୍ ପଟ୍ଟନାୟକ, ଡକ୍ଟର ସରିତା ଏମ୍ ଯୋଗ ଦେଇ ୱାର୍ଡେନ୍ ମାନଙ୍କୁ ଏକ ସୁସ୍ଥ ଓ ନିରାପଦ ପରିବେଶ ସୃଷ୍ଟି କରିବାକୁ ଉପଦେଶ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ରାଉତ ଯୋଗ ଦେଇ କେଜିବିଭିକୁ ଉଚ୍ଚମାନର ଆବାସିକ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ୱାର୍ଡେନ ମାନଙ୍କୁ ସକ୍ଷମ କରିବା ଏହି କର୍ମଶାଳାର ମୁଖ୍ୟ ଆଭିମୁଖ୍ୟ ବୋଲି କହିଥିଲେ । ଓସେପାର ରାଜ୍ୟ ଜେଣ୍ଡର କର୍ଡିନେତର ଲହରୀ ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ଏନଆଇଇପିଏର ପ୍ରକଳ୍ପ ନିର୍ଦ୍ଦେଶିକ ଡକ୍ଟର ସାନ୍ତ୍ୱନା ମିଶ୍ର, ଡକ୍ଟର ଈର୍ମା କେରକେଟା ପ୍ରମୁଖ ଆଭାସୀ ଜରିଆରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡାଏଟର ଶିକ୍ଷକ ପ୍ରଶିକ୍ଷକ ଏବଂ ଜିଲ୍ଲା ଜେଣ୍ଡର କୋର୍ଡିନେଟର ମାନେ ଯୋଗଦେଇଥିଲେ। କର୍ମଶାଳାରେ ରାଜ୍ୟର ୨ ଟି ଜିଲ୍ଲାରୁ ୭୦ ରୁ ଉର୍ଦ୍ଧ୍ୱ ୱାର୍ଡେନ ଯୋଗଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande