ଆରୁ କେଭେଁର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆପଡ଼ା, ୦୪ ଅଗଷ୍ଟ(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ନାଟ୍ୟକାର ତଥା ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ଼କ୍ଟର ଲିଙ୍ଗରାଜ ସାହୁଙ୍କ ରଚିତ ସମ୍ବଲପୁରୀ/କୋଶଳି ଭାଷାର ନାଟକ ସଂକଳନ ଆରୁ କେଭେଁ
Lokarpana utsab anusthita


ନୂଆପଡ଼ା, ୦୪ ଅଗଷ୍ଟ(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ନାଟ୍ୟକାର ତଥା ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ଼କ୍ଟର ଲିଙ୍ଗରାଜ ସାହୁଙ୍କ ରଚିତ ସମ୍ବଲପୁରୀ/କୋଶଳି ଭାଷାର ନାଟକ ସଂକଳନ ଆରୁ କେଭେଁର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମୀକ୍ଷକ ଭାବରେ ନେପାଳ ଚନ୍ଦନ ଯୋଗଦେଇ ନାଟକର ଆତ୍ମିକ ଓ ଆଙ୍ଗିକ ଦିଗ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବରେ ଇଂରାଜୀ ବିଭାଗର ମୁଖ୍ୟ ରାଜେଶ କୁମାର ପାତ୍ର ଓ ମାନବ ବିଜ୍ଞାନ ବିଭାଗର ବିଭାଗ ମୁଖ୍ୟ ଡକ୍ଟର ଶିବ କୁମାର ଯୋଗଦେଇ ନାଟକ ପୁସ୍ତକରେ ନିହିତ ଥିବା ସାମାଜ ସଚେତନର ବାର୍ତା ଉପରେ ଆଲୋକପାତ କରିଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ଜୟଶଙ୍କର ଭୋଇ ସାରସ୍ୱତ ସଭାର ଆଭିମୁଖ୍ୟ, ଅତିଥି ପରିଚୟ ପ୍ରଦାନ କରିବା ସହିତ ମଂଚ ପରିଚାଳନା କରିଥିଲେ। ଡକ୍ଟର ଉତମ କୁମାର ମଣ୍ଡଳ, ଡକ୍ଟର ସୁବାସ ଚନ୍ଦ୍ର ବିଶ୍ୱାଳ, ପ୍ରହଲ୍ଲାଦ ମାଝି, ଡକ୍ଟର ପ୍ରଦୀପ କାମିଲା, ଆଧ୍ୟାପକ ମାଧବ ପଣ୍ଡା ପ୍ରମୁଖ ପୁସ୍ତକର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଶେଷରେ ଅଧ୍ୟାପିକା ସୋନାଲି ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande