୮୦ ତମ ଉପଖଣ୍ଡ ସ୍ତରୀୟ ସ୍ୱାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଜୟପୁର, ୦୪ ଅଗଷ୍ଟ (ହି.ସ.) - ୮୦ତମ ସ୍ୱାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳ , ଯଦୁ ମଣି ନାୟକଙ୍କ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି କ୍ଷ ଜୟପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସ୍ୱାଧିନତା ଦିବସ ଆଡମ୍ବରରେ ଜୟପୁର ସର୍ଦ।
୮୦ ତମ ଉପଖଣ୍ଡ ସ୍ତରୀୟ  ସ୍ଵାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ


ଜୟପୁର, ୦୪ ଅଗଷ୍ଟ (ହି.ସ.) - ୮୦ତମ ସ୍ୱାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳ , ଯଦୁ ମଣି ନାୟକଙ୍କ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି କ୍ଷ ଜୟପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସ୍ୱାଧିନତା ଦିବସ ଆଡମ୍ବରରେ ଜୟପୁର ସର୍ଦ।ର ବଲ୍ଲଭ ଭାଇ ପଟେଲ ମାର୍ଗରେ ପୂର୍ବାହ୍ନ ୯.୧୫ ମିନିଟ ସମୟରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ମୋହଦୟ ପତାକା ଉତୋଳନ କରିବେ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦ ନଗରର ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ ହେବ । ଏଥି ସହ ସହରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌରପରିଷଦ, ଜୟପୁରଙ୍କୁ ଅନୁରୋଧ କରାଗଲା। ବୈଠକର ନିଷ୍ପତି ଅନୁଯାୟୀ ପ୍ରତ୍ୟୁଷ ୫.୦୦ ଘ. ଠାରୁ ୬ ଘଟିକା ସମୟରେ ଡାକବାଜି ଯନ୍ତ୍ର ଯୋଗେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାମଧୂନ ପରିବେଷଣ କରାଯିବ । ସକାଳ ୭.୩୦ଘ. ଠାରୁ ୮.୩୦ ସମୟ ମଧ୍ୟରେ ସମସ୍ତ ସରକରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ପତାକା ଉତୋଳନ କରାଯିବ । ଘୋଷ ବାଦ୍ୟ ନିମନ୍ତେ ପ୍ରଧାନ ଆଚାର୍ଯ୍ୟ ସରସ୍ୱତି ଶିଶୁ ମନ୍ଦିର, ସାରଦା ବିହାର ଓ ସରସ୍ୱତୀ ମନ୍ଦିର ଅରବିନ୍ଦ ନଗରର ଘୋଷବାଦ୍ୟ ଯୋଗାଇ ଦେବା ନିମନ୍ତେ ଅନୁରୋଧ କରାଗଲା। ଯେଉଁ ଶିକ୍ଷାନୁଷ୍ଠାନ ଗୁଡିକ ପେରେଡ ଅଭ୍ୟାସ୍ ସମୟରେ ଭଲ ପ୍ରଦର୍ଶନ କରିବେ ନାହିଁ ଏହି ଥର ସେହି ଦଳ ମୁଖ୍ୟ କାର୍ଯ୍ୟକ୍ରମ ଦିନ ଭାଗ ନେଇ ପାରିବେ ନାହିଁ ( ପେରେଡ ଅଭ୍ୟାସ ସକାଳ ୭ ଘଟିକା ଠାରୁ ଜୟପୁର ସର୍ଦ।ର ବଲ୍ଲଭ ଭାଇ ପଟେଲ ମାର୍ଗରେ ହେବ )। ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜୟପୁର, ଭାରପ୍ରାପ୍ତ ପୋଲିସ ଅଧିକାରୀ, ସଦର ପୁଲିସ, ଭାରପ୍ରାପ୍ତ ପୋଲିସ ଅଧିକାରୀ, ଟାଉନ ପୁଲିସ, ଭାରପ୍ରାପ୍ତ ପୋଲିସ ଅଧିକାରୀ, ମହିଳା ପୁଲିସ ଅଧିକାରୀଙ୍କୁ ଆଇନ ଶୃଙ୍ଖଳ ରକ୍ଷାର ଦାୟିତ୍ୱ ଦିଆଗଲା । ସମସ୍ତ ଟୃପ, ଉତ୍କଳ ବାଲାଶ୍ରମର ଅନ୍ତେବାସୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶଯ୍ୟାଶାୟୀ ରୋଗୀ ଓ ଉପକଖଣ୍ଡ କାରାଗାର ଜୟପୁରର କଏଦୀ ମନଙ୍କୁ ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟି , ଜୟପୁର, ସଭାପତି ରୋଟାରୀ କ୍ଲବ ଓ ଲାଏନ୍ସ କ୍ଲବ ଓ ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀଙ୍କ ପ୍ରଦତରେ ମିଷ୍ଟାନ ଓ ଫଳ ବଂଟନ କରାଯିବ । ଚଳିତ ବର୍ଷ ଓଡିଆ ଓ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତା , ଓଡିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ଚିତ୍ର କଳା ପ୍ରତିଯୋଗିତା ପ୍ରମୁଖ ପ୍ରତିଯୋଗିତା ହେବ । ସମସ୍ତ ପ୍ରତିଯୋଗିତା ସରକାରୀ ଉଚ୍ଚ ବିଦ୍ୟାଲୟ, ଜୟପୁର ଓ ନାରାୟଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଆୟୋଜିତ ହେବ ଏବଂ ଚିତ୍ର କଳା ପ୍ରତିଯୋଗିତା ସରକାରୀ ବିକ୍ରମ ଦେବ ଚାରୁ ଓ କାରୁ କଳା ମହା ବିଦ୍ୟାଲୟ, ଜୟପୁର ଠାରେ ଅନୁଷ୍ଠିତ ହେବ । ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ତା. ୧୫.୦୮.୨୦୨୬ ରିଖ ଦିନ ମୁଖ୍ୟ ମଂଚରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯିବ ଓ ଅନ୍ୟାନ୍ୟ ସର୍ବ ଶ୍ରେଷ୍ଟ ପୁଲିସ ଅଧିକାରୀ, ସର୍ବାଧିକ ଥର ରକ୍ତ ଦାନ କରି ଥିବା ବ୍ୟକ୍ତି ବିଶେଷ ଓ ଯେଉଁ ମାନେ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ତଥା ରାଜ୍ୟ ବାହାରେ ସମ୍ମାନିତ ହୋଇଛନ୍ତି ସେମନଙ୍କୁ ମଧ୍ୟ ପୁରସ୍କୃତ କର।ଯିବ । ପ୍ରାଥମିକ ଚିକିତ୍ସା ନିମନ୍ତେ ଅଧିକ୍ଷକ ଜିଲ୍ଲା ଚିକିତ୍ସାଳୟ, କୋରାପୁଟ ଜୟପୁରଙ୍କୁ ୧୨.୦୮.୨୦୨୬, ୧୩.୦୮.୨୦୨୬ ରିଖ ଦିନ ପୂର୍ବାହ୍ନ ୭ ଘଟିକା ଓ ୧୫.୦୮.୨୦୨୬ରିଖ ଦିନ ସକଳ ୮ ଘଟିକା ଠାରୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି । ମୁଖ୍ୟ କାର୍ଯ୍ୟକ୍ରମ ଦିନ ପ୍ରାଥମିକ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟେଂଟ କରାଯିବ। ପାଇଁ ବ୍ୟବସ୍ତା କର।ଯିବ । ପାନୀୟ ଜଳ ଯୋଗାଣ ନିମନ୍ତେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୀ.ଏଚ୍.ଡ଼ି, ଜୟପୁର, ମଂଚ ସାଜସଜା ନିମନ୍ତେ ସହକାରୀ ନିର୍ଦ୍ଧେଶକ, ଉଦ୍ୟାନ ବିଭାଗ, ଜୟପୁର, ମୁଖ୍ୟ ଅତିଥି, ନିମନ୍ତ୍ରିତ ଅତିଥି ମାନଙ୍କ ବସିବା ବ୍ୟବସ୍ଥା ଓ ଷ୍ଟାଡିୟମରେ ଟୃପ ବେରିକେଡ଼ିଂ କରିବା ଦାୟିତ୍ୱ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(ରାସ୍ତା ଓ ଗୃହ ନିର୍ମାଣ) ଙ୍କୁ ଦିଆଗଲା ।

ଏହି ବୈଠକରେ ମଂଚାସୀନ , ଉପଖଣ୍ଡ ଅ।ରକ୍ଷୀ ଅଧିକ୍ଷକ ଜୟପୁର, ଜୟପୁର ଅର୍ଚିତା ମିତଲ, ତହସିଲଦାର ସବ୍ୟସାଚୀ ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂଜା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଟାଉନ ଥାନା ଅଧିକାରୀ ଅଧିକାରୀ ଶ୍ରୀ ଉଲ୍ଲାସ ରାଉତ ଓ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଚନ୍ଦନ ନାୟକ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(ରାସ୍ତା ଓ ଗୃହ ନିର୍ମାଣ) କୁଆଁର ବିପ୍ଲବ କୁମାର ଜୟପୁର, କାର୍ଯ୍ୟନିର୍ବାହୀ ଅଧିକାରୀ ପିଏଚଡି ସୁବ୍ରତ ସିଂ, ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ, ଏନସିସି ଅଧିକାରୀ . ଡ. ଲକ୍ଷ୍ମଣ ପାତ୍ର, ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ଜୟପୁର, ଜିଲ୍ଲା ଆୟୋଜନ କମିଶନର ସ୍କାଉଟ ନିରଞ୍ଜନ ପାଣିଗ୍ରାହୀ, ସମ୍ପାଦକ, କ୍ରିଡା ସଂସଦ, ଜୟପୁର ରବି ନାୟକ, ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ବିଭିନ୍ନ କଲେଜର ଅଧ୍ୟକ୍ଷ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତା ଓ ସମସ୍ତ ଗଣମାଧ୍ୟମର କର୍ମକର୍ତା ପ୍ରମୁଖ ଉପସ୍ଥିତ ରହି ଥିଲେ । ଅଶୋକ ବିଶ୍ୱାଳ ଶିକ୍ଷକ ଜୟପୁର ସାହାର?୍ୟ୍ୟ ସହଯୋଗ କରିଥିଲେ ।

ଏହି ବୈଠକକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ପରିଚାଳନା କରିଥିଲେ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସଭାପତିଙ୍କ ଅନୁମତିରେ ସଭା ସାଙ୍ଗ କରାଯାଇ ଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande