
ଜୟପୁର, ୪ ଅଗଷ୍ଟ (ହି.ସ.)- ଜୟପୁର ଠାରେ ନନ୍ଦ ଉତ୍ସବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋରାପୁଟ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଜୟପୁର ଟାଉନ୍ ହଲ୍ ପରିସରରେ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ଏହା ପାଳନ ହେବ । ଏନେଇ ଜିଲ୍ଲା ସଭାପତି କବିରାଜ ପରମେଶ୍ୱର ପାତ୍ରଙ୍କ ପୌରୋହିତ୍ୟରେ ଆଜି ସ୍ଥାନୀୟ ଯାଦବ ଭବନ ପରିସରରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସଭାକୁ ସ୍ୱାଗତ କରି ସଂପାଦକ ରାଜେନ୍ଦ୍ର ଗୌଡ଼ କହିଥିଲେ ଯେ, ଦୀର୍ଘ ୪୦ ବର୍ଷ ହେବ ସମାଜ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ପ୍ରତିବର୍ଷ ପାଳିତ ହେଉଛି । ସହରର ପୁରୁଣାଗଡ଼, ଜ୍ୟୋତି କଲ୍ୟାଣ ମଣ୍ଡପ, କୁମ୍ଭାର ସାହି, ଟାଉନ୍ ହଲ୍ ରେ ବେଳେ ବେଳେ ଏହା ପାଳିତ ହେଉଥିବା ବେଳେ କୋରାପୁଟ ଏବଂ ବୈପାରିଗୁଡ଼ାରେ ମଧ୍ୟ ପାଳିତ ହେଉଛି । ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଅଧିକ ସୃଙ୍ଖଳିତ ଢ଼ଙ୍ଗରେ ପରମ୍ପରାକୁ ପାଥେୟ କରି ପାଳନ କରାଯିବ ବୋଲି କହିଥିଲେ ।
ବୈଠକରେ ଉପଦେଷ୍ଟା ଡ଼ାକ୍ତର ସୁଦର୍ଶନ ଗୌଡ଼, ମୁଠା ସଭାପତି ଭାସ୍କର ଗୌଡ଼ ମଂଚାସୀନ ରହିଥିବା ବେଳେ ନରେଶ ମହାକୁଳ ସଂଯୋଜନା କରିଥିଲେ । ବୈଠକରେ ରବି ନାରାୟଣ ଗୌଡ଼, ଦଣ୍ଡାସୀ ଗୌଡ଼, ନାରାୟଣ ଗୌଡ଼, କୃଷ୍ଣଚନ୍ଦ୍ର ଗୌଡ଼, ମାଗୁଣୀ ଗୌଡ଼, ରାମଚନ୍ଦ୍ର ମହାଙ୍କୁଡ଼, ବିଜୟ ଗୌଡ଼, ରାଧେଶ୍ୟାମ ଗୌଡ ପ୍ରମୁଖ ଯୋଗ ଦେଇଥିବା ବେଳେ କବିରାଜ ପରମେଶ୍ୱର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି