ନୂଆପଡ଼ାରେ ନିଶାମୁକ୍ତି ଶପଥ ମହାଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ
ନୂଆପଡ଼ା, ୦୪ ଅଗଷ୍ଟ(ହି.ସ.) – ନିଶାମୁକ୍ତ ଭାରତ ଅଭିଯାନ ଓ ମିଶନ ସ୍ପନ୍ଦନ ଅନ୍ତର୍ଗତ ୧୦ କୋଟି ନିଶାମୁକ୍ତି ଶପଥ ମହାଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ରାଜଯୋଗ ଏଜୁକେସନ ଆଣ୍ଡ ର
Nisha Mukti sapstha abhijan


ନୂଆପଡ଼ା, ୦୪ ଅଗଷ୍ଟ(ହି.ସ.) – ନିଶାମୁକ୍ତ ଭାରତ ଅଭିଯାନ ଓ ମିଶନ ସ୍ପନ୍ଦନ ଅନ୍ତର୍ଗତ ୧୦ କୋଟି ନିଶାମୁକ୍ତି ଶପଥ ମହାଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ରାଜଯୋଗ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନର ମେଡିକାଲ ୱିଙ୍ଗ ପକ୍ଷରୁ ଆୟୋଜିତ ଏହି ଅଭିଯାନର ଲକ୍ଷ୍ୟ ହେଉଛି ଦେଶର ୧୦ କୋଟି ନାଗରିକଙ୍କୁ ନିଶାମୁକ୍ତ ଜୀବନଶୈଳୀ ଗ୍ରହଣ ପାଇଁ ପ୍ରେରିତ କରିବା।

ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସଚେତନ ଓ ସକ୍ରିୟ ଭୂମିକାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ବ୍ରହ୍ମକୁମାରୀ ଅନୀତା ଓ ବ୍ରହ୍ମକୁମାରୀ ସୁମତୀ ନିଶା ସେବନର କୁପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ନିୟମିତ ରାଜଯୋଗ ଧ୍ୟାନ ଓ ଯୋଗାଭ୍ୟାସ ମାଧ୍ୟମରେ ଆତ୍ମଶକ୍ତି ବୃଦ୍ଧି ସହ ନିଶା ଅଭ୍ୟାସରୁ ମୁକ୍ତି ମିଳିପାରିବ ବୋଲି ସେମାନେ କହିଥିଲେ।

ଏହି ଅବସରରେ ନିଶାମୁକ୍ତ ଭାରତ ସମ୍ପର୍କିତ ଏକ ସଚେତନତା ପୋଷ୍ଟର ଉନ୍ମୋଚନ କରାଯାଇଥିଲା। ପରେ ଉପସ୍ଥିତ ସମସ୍ତେ ନିଶାମୁକ୍ତ ଭାରତ ଗଠନରେ ସକ୍ରିୟ ଭୂମିକା ନିର୍ବାହ କରିବା ସହ ନିଜ ପରିବାର, ସମାଜ ଓ କାର୍ଯ୍ୟକ୍ଷେତ୍ରରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବାକୁ ଶପଥ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଦ୍ୱାରିକାନାଥ ଶତପଥୀ, ବ୍ରହ୍ମକୁମାରୀ ଅନୀତା, ବ୍ରହ୍ମକୁମାରୀ ସୁମତୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ବହୁ ସଂଖ୍ୟକ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande