
ଭୁବନେଶ୍ୱର, ୦୪ ଅଗଷ୍ଟ (ହି.ସ)- ସାଂସ୍କୃତିକ ଅନୁଷ୍ଠାନ ବିଶ୍ୱ ଓଡ଼ିଆ ପରିବାର ତରଫରୁ ଆଦିନେତା ସ୍ୱର୍ଗତ ବିଚିତ୍ରାନନ୍ଦ ଦାସଙ୍କ ତିରୋଧାନ ଦିବସ ଆବସରରେ ଓଡ଼ିଆ ସାମ୍ବାଦିକ ଦିବସ ସ୍ଥାନୀୟ ଆଇଆରସି ଭିଲେଜ ସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ‘ମୋ ଭାଷା ମୋ ଦାୟିତ୍ୱ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଟ୍ରଷ୍ଟର ମୁଖ୍ୟ ସଜ୍ଜନ ଶର୍ମା ବିଚିତ୍ରାନନ୍ଦଙ୍କର ଓଡିଆ ଭାଷା ଆନ୍ଦୋଳନରେ ବିଚିତ୍ରାନନ୍ଦଙ୍କ କାଳଜୟୀ ଭୁମିକା ଉପରେ ଆଲୋକପାତ କରିଥିଲେ । ବିଶେଷ କରି ଓଡ଼ିଶାର ଆଦ୍ୟ ସମ୍ବାଦପତ୍ର ଉତ୍କଳ ଦୀପିକା ସମ୍ପର୍କରେ ଉଲ୍ଲେଖ କରି ଏହା ଓଡ଼ିଶାର ଭାଷା ସାହିତ୍ୟ ସାଂସ୍କୃତିକ ଚେତନା ଜାଗ୍ରତ କରବାରେ ଏକ ପ୍ରମୁଖ ବାର୍ତା ବାହାକ ହୋଇଥିଲା । ବରିଷ୍ଠ ସାମ୍ବାଦିକ ଶ୍ରୀ ରାମ ଦାସ କହିଲେ ଯେ ଓଡି଼ଶାରେ ଭାଷାର ସୁରକ୍ଷା ଦିଗରେ ଓଡ଼ିଆ ସାମ୍ବାବାଦିକଙ୍କ ଭୂମିକା ଅତୁଳନୀୟ । ବିଶିଷ୍ଟ ପ୍ରଶାସକ ତଥା ଭାଷାବିତ୍ ଡଡ୍ଟର ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି କି ଓଡ଼ିଶା ଭାଷା ସର୍ବପ୍ରାଚୀନ ଭାଷାମାନଙ୍କ ମଧ୍ୟରେ ଅନ୍ୟତମ । ଆମ ଉତର ପିଢି଼ଆମର ଭାଷାର ସୁରକ୍ଷା ନିମନ୍ତେ କେମିତି ଯତ୍ନଶୀଳ ହେବେ ସେଥିପାଇଁ ସଙ୍କଳ୍ପ ନେବା ପ୍ରୟୋଜନ ଅଟେ । ଆଦିନେତା ବିଚିତ୍ରାନନ୍ଦଙ୍କ ବଂଶଜ ତଥା ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା ଶ୍ରୀତମ ଦାଶ ତାଙ୍କର ବକ୍ତବ୍ୟ ରଖି କହିଲେ ଯେ, ‘ଭାଷା ସାହିତ୍ୟର ସ୍ଥାୟିତ୍ୱ ପ୍ରତି ଓଡ଼ିଆର ଦାୟିତ୍ୱ’ । ବିଶେଷ କରି ପ୍ରବାସୀ ଓଡ଼ିଆ ଏବଂ ତାଙ୍କର ପରବର୍ତୀ ପିଢ଼ି ଓଡ଼ିଆ ଭାଷା ବ୍ୟବହାର କରିବାରେ ଅଭିମନ୍ତ୍ରିତ ହେବେ । ସେଥିପ୍ରତି ଆମକୁ ଦୃଷ୍ଟିଦେବାକୁ ପଡ଼ିବ । ଆଲୋଚକ ଗଣ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ଓ ବ୍ୟାପକତା ଉପରେ ସୁଚିନ୍ତିତ ମତପ୍ରଦାନ କରିଥିଲେ ।
ଆଲୋଚନାଚକ୍ରରେ କଳିଙ୍ଗ ଟିଭିର ମୁଖ୍ୟ ସମ୍ପାଦକ ରକ୍ଷକ ନାୟକ, କବି ମନୋରଂଜନ ଷଡ଼ଙ୍ଗୀ, ବିଶିଷ୍ଟ ଶ୍ରମିକ ନେତା କୃଷ୍ଣ ଚନ୍ଦ୍ର ମିଶ୍ର, ପରିବେଷ ବିଜ୍ଞାନୀ ଡ଼କ୍ଟର ହାଡିବନ୍ଧୁ ପାଣିଗ୍ରାହୀ,ବିଶିଷ୍ଠ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ଡ଼କ୍ଟର ପ୍ରତାପ ପାଣୀ, ଇଂ ସନ୍ଦୀପ ପ୍ରଧାନ ଶିକ୍ଷାବିତ ଅଂଜନ ଦେବତା, ଲେଖକ ତଥା ସ୍ତମ୍ଭକାର ଡକ୍ଟର ବିକ୍ରମ ଜେନା, ଡ଼କ୍ଟର ମଧୁସୂଦନ ଦାଶ, ବିଶିଷ୍ଟ ନାରୀନେତ୍ରୀ ଜୟଶ୍ରୀ ମହାପାତ୍ର, ଜୟଶ୍ରୀ ମହାପାତ୍ର ଗୋପାଳକୃଷ୍ଣ ମହାପାତ, ରାକେଶ ସାହୁ,ସୁବ୍ରତ ପୃଷ୍ଟି ସଂଗ୍ରାମ କେଶରୀ ପାତ୍ର,ସରୋଜକାନ୍ତ ନାୟକ୍ର, ଭବାନୀ ପ୍ରସାଦ ମିଶ୍ର, ସାରଦା ଷଡ଼ଙ୍ଗୀ, ତପନ କୁମାର ବେହେରା ଓ ସୁଶାନ୍ତ କୁମାର ପାଣି ଆଦି ନିଜନିଜର ମତପ୍ରକାଶ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା