ସରିଗଲାଣି ରଥଯାତ୍ରା - ବଡଦାଣ୍ଡରୁ ଉଠିନି ବାଲିବସ୍ତା
ପୁରୀ, ୪ ଅଗଷ୍ଟ (ହି.ସ.)- ଜୁଲାଇ ୨୭ ରୁ ନିଳାଦ୍ରୀ ବିଜେ ପରେ ସରିଗଲାଣି ରଥଯାତ୍ରା | ହେଲେ ଏବେ ସୁଦ୍ଧା ସହରର ବଡଦାଣ୍ଡ, ସାହିଗଳିକନ୍ଦିରୁ ଅଳିଆ ଆବର୍ଜନା ସଫା ହୋଇନାହିଁ | ବଡଦାଣ୍ଡର ଦୁଇ ପାର୍ଶ୍ୱରେ ରହିଛି ଡ୍ରେନ | ଡ୍ରେନ ଓ ଡ୍ରେନର ସ୍ଲାପ ରାସ୍ତା ଠାରୁ ଦେଢ଼ ଫୁଟ ଉଚ୍ଚାରେ ରହିଛି | ନୀଳାଦ୍ର
ସରିଗଲାଣି ରଥଯାତ୍ରା -ବଡଦାଣ୍ଡ ରୁ ଉଠିନି ବାଲିବସ୍ତା


ସରିଗଲାଣି ରଥଯାତ୍ରା -ବଡଦାଣ୍ଡ ରୁ ଉଠିନି ବାଲିବସ୍ତା


ପୁରୀ, ୪ ଅଗଷ୍ଟ (ହି.ସ.)- ଜୁଲାଇ ୨୭ ରୁ ନିଳାଦ୍ରୀ ବିଜେ ପରେ ସରିଗଲାଣି ରଥଯାତ୍ରା | ହେଲେ ଏବେ ସୁଦ୍ଧା ସହରର ବଡଦାଣ୍ଡ, ସାହିଗଳିକନ୍ଦିରୁ ଅଳିଆ ଆବର୍ଜନା ସଫା ହୋଇନାହିଁ | ବଡଦାଣ୍ଡର ଦୁଇ ପାର୍ଶ୍ୱରେ ରହିଛି ଡ୍ରେନ | ଡ୍ରେନ ଓ ଡ୍ରେନର ସ୍ଲାପ ରାସ୍ତା ଠାରୁ ଦେଢ଼ ଫୁଟ ଉଚ୍ଚାରେ ରହିଛି | ନୀଳାଦ୍ରିବିଜେ ଦିନ ପ୍ରବଳ ବର୍ଷାରେ ବଡଦାଣ୍ଡର ଦୃଶ୍ୟ ନଦୀବନ୍ୟା ପରି ହୋଇଥିଲା | ଲକ୍ଷ ଲକ୍ଷ ପ୍ଲାଷ୍ଟିକ ବୋତଲ, ଅଳିଆ ବଡଦାଣ୍ଡରେ ଭାସିଥିଲା | ଜାତୀୟ ରାଜପଥ ବଡଦାଣ୍ଡରେ ବାରିକେଟ ଯୋଗୁଁ ହଜାର ହଜାର ଗାତ ଏବେ ଆକାଶକୁ ଚାହିଁ ରହିଛି | ନଳାପାଣି ଦାଣ୍ଡକୁ ନ ଆସିବା ପାଇଁ ଓ ରଥଯାତ୍ରୀ ନ ଝୁଣ୍ଟିବା ପାଇଁ ହଜାର ହଜାର ବାଲିବସ୍ତା ଡ୍ରେନ କଡରେ ରଖାଯାଇଥିଲା | ଆଜକୁ ୯ ଦିନ ହେଲାଣି ସେହି ବାଲିବସ୍ତା ପଡ଼ିରହିଛି | ଡ୍ରେନେଜ ବିଭାଗ ଓ ମହାନଗର ନିଗମ ପକ୍ଷରୁ ଏହାକୁ ସଫା କରାଯାଇ ନାହିଁ | ବଡଦାଣ୍ଡ ମଝି ଅଂଶକୁ ଦିନକୁ ଚାରି ଥର ପହଁରା ମାରୁଥିଲେ ମଧ୍ୟ ଦୁଇ ପାର୍ଶ୍ଵରେ ଅଳିଆ, ବାଲିବସ୍ତା ସଫା କରାଯାଉନାହିଁ, ଯାହାକୁ ଦେଖି ପର୍ଯ୍ୟଟକ, ତୀର୍ଥଯାତ୍ରୀ ବିଗୁଡୁଛନ୍ତି | ବଡଦାଣ୍ଡରୁ ବାଲିବସ୍ତା, ଅଳିଆ, ଡ୍ରେନ ତଳ ଓ ଡ୍ରେନ ଉପର ପାର୍ଶ୍ଵ ସଫା ପାଇଁ ନଗରବାସୀ ଦାବୀ କରିଛନ୍ତି |

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande