
କେନ୍ଦ୍ରାପଡ଼ା, ୪ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଵାରୁଅ ଗ୍ରାମର ଜୀବନ ବୀମା ପ୍ରତିନିଧି ବିକାଶ ଚନ୍ଦ୍ର ପରିଡାଙ୍କ ଧର୍ମପତ୍ନୀ କର୍କଟ ରୋଗ ପୀଡ଼ିତା ଶ୍ରୀମତୀ ଲିଲୁରାଣୀ ପରିଡ଼ାଙ୍କର ଚିକିତ୍ସାଧିନ ଅବସ୍ଥାରେ ୫୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ସରଳ ଅମାୟିକ ତଥା ଧର୍ମପ୍ରାଣା ମହିୟସୀ ମହିଳା ଥିଲେ। ମୃତ୍ୟୁ ସମୟରେ ତାଙ୍କ ପାଖରେ ସ୍ଵାମୀ ବିକାଶ ଚନ୍ଦ୍ର ପରିଡା, ଏକମାତ୍ର ପୁତ୍ର ବିଶାଲ ପରିଡ଼ା, ପୁତ୍ରବଧୂ ସନ୍ତୋଷୀ ପରିଡ଼ା, ଦେଢଶୁର ତଥା ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ା, ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡ଼ା, ପୁତୁରା ବିଶ୍ୱଜିତ ପରିଡ଼ା, ସୁଶ୍ରୀ ସଙ୍ଗୀତା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଅହିରାଣୀ ବେଶରେ ସୁସଜ୍ଜିତ ମରଶରୀରକୁ ପରିବାର ଓ ବନ୍ଧୁବର୍ଗ ଏବଂ ଶୁଭେଚ୍ଛୁମାନଙ୍କ ଶେଷ ଦର୍ଶନ ପରେ ପୁରୀ ସ୍ଵର୍ଗଦ୍ଵାରରେ ଅନ୍ତିମ ସଂସ୍କାର କରାଯାଇଥିଲା। ପୁତ୍ର ବିଶାଲ ପରିଡ଼ା ମୁଖାଗ୍ନି ପ୍ରଦାନ କରିଥିଲେ।
ଅନ୍ତିମ ସଂସ୍କାର ସମୟରେ ସ୍ଵର୍ଗଦ୍ଵାରରେ ଭାଇ ଦିଲ୍ଲୀପ କୁମାର ପ୍ରଧାନ, ବିକ୍ରମ କେଶରୀ ପରିଡ଼ା, ପ୍ରଭାତ ନଳିନୀ ପରିଡ଼ା, ବିଚିତ୍ରାନନ୍ଦ ପରିଡ଼ା, ଅମିତାଭ ପରିଡ଼ା, କୈବଲ୍ୟ ପରିଡ଼ା,ରେଣୁବାଳା ପରିଡ଼ା, ହିମାଂଶୁ ପରିଡ଼ା, ସ୍ଵରାଜ ପରିଡ଼ା, ଶାଶ୍ଵତ ପରିଡ଼ା, ପ୍ରିୟାଶୁ ପରିଡ଼ା, ସୀମା ପରିଡ଼ା, ଦିପକ ପରିଡା, ଅନନ୍ତ ପରିଡା, ପାର୍ବତୀ ନାୟକ, ପ୍ରବୀର ନାୟକ, ବନଲତା ପରିଡ଼ା, ଶୁଭଲକ୍ଷ୍ମୀ ବାରିକ, ସ୍ମୀତା ପରିଡ଼ା, ଅଜେଶ ରଣା, ସାକ୍ଷ୍ୟ ଶେଖର ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି