
ବଲାଙ୍ଗୀର, ୦୪ ଅଗଷ୍ଟ(ହି.ସ.) – ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଚୁଡ଼ାପାଲି ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ପରିଚାଳନା ସମିତିର ଉପସଭାପତି ସଞ୍ଜୀବ କୁମାର ମେହେର ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶମ୍ଭୁ ପ୍ରସାଦ ମହାକୁର ଅତିଥିମାନଙ୍କର ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଧାର ସ୍ତରରୁ ଆରମ୍ଭ କରି ମାଧ୍ୟମିକ ସ୍ତର ଶିଶୁମାନେ ଗଣିତ ଓ ବିଜ୍ଞାନ ବିଷୟର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଜ୍ଞାନ ଓ ଗଣିତ ପତ୍ରବାଚନ, ପ୍ରଶ୍ନ ମଂଚ, ପ୍ରୟୋଗରେ ଅଂଶଗ୍ରହଣ କରିଥିଲେ। ସମାରୋହ ଉତ୍ସବରେ ପରିଚାଳନା ସମିତିର ସହ ସମ୍ପାଦକ ସନ୍ତୋଷ କୁମାର ସା ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଶିଶୁ ମନ୍ଦିର ବିଜ୍ଞାନ ପ୍ରମୁଖ ଜିତେନ୍ଦ୍ର ମାଲ ଗଣିତ ପ୍ରମୁଖ ପବିତ୍ର ବାରିକଙ୍କ ତତ୍ୱାବଧାନରେ ଓ ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ