ଲଗାଣ ବର୍ଷାରେ ଆଗଲପୁର ବ୍ଲକ ପଲ୍ହାଘାରି ନଷ୍ଟ ଜମି ବାଲିଚର
ବଲାଙ୍ଗୀର, ୦୪ ଅଗଷ୍ଟ(ହି.ସ.) – ଗତ ଲଗାଣ ବର୍ଷାରେ ଆଗଲପୁର ବ୍ଲକରେ ଚାଷୀଙ୍କ ବହୁ କ୍ଷୟକ୍ଷତି ହୋଇଛି। ଅଙ୍ଗନଦୀ କୁଳିଆ ଅଂଚଳ ହୋଇଥିବାରୁ ୪ରୁ ୫ ଦିନ ଧରି ଚାଷ ଜମି ଜଳମଗ୍ନ ରହିଥିଲା ଫଳରେ ପଲ୍ହାଘାରି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପାଣିର ସ୍ରୋତ ଚାଲୁଥିବା ଜମିଗୁଡ଼ିକ ବାଲିଚର ହୋଇଛି। ଫଳରେ ଚାଷୀ
ଲଗାଣ ବର୍ଷା ରେ ଆଗଲପୁର ବ୍ଲକ ପଲ୍ହାଘାରି ନଷ୍ଟ ଜମି ବାଲିଚର |


ବଲାଙ୍ଗୀର, ୦୪ ଅଗଷ୍ଟ(ହି.ସ.) – ଗତ ଲଗାଣ ବର୍ଷାରେ ଆଗଲପୁର ବ୍ଲକରେ ଚାଷୀଙ୍କ ବହୁ କ୍ଷୟକ୍ଷତି ହୋଇଛି। ଅଙ୍ଗନଦୀ କୁଳିଆ ଅଂଚଳ ହୋଇଥିବାରୁ ୪ରୁ ୫ ଦିନ ଧରି ଚାଷ ଜମି ଜଳମଗ୍ନ ରହିଥିଲା ଫଳରେ ପଲ୍ହାଘାରି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ପାଣିର ସ୍ରୋତ ଚାଲୁଥିବା ଜମିଗୁଡ଼ିକ ବାଲିଚର ହୋଇଛି। ଫଳରେ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଧାର କରଜ କରି ପୁଣି ଧାନ ବିହନ କିଣି ପଲ୍ହା ପକାଇବାକୁ ପ୍ରସ୍ତୁତି ଆରମ୍ଭ କରୁଥିବା ଜଣାପଡ଼ିଛି। ବିଶେଷ କରି କୁଟାସିଂହା ପଂଚାୟତର ଡୁଙ୍ଗୁରିପାଲି ଓ ତେନ୍ତୁଳିଗାଁର ଚାଷୀ ବଶିଷ୍ଠ ଛନ୍ଦ, ରାଧେ ବଢ଼େଇ, ବ୍ୟାସଦେବ ବଢ଼େଇ, ପ୍ରଫୁଲ୍ଲ ଛନ୍ଦ ଯୁବରାଜ ଧରୁଆ, ଶମ୍ଭୁ ମହାକୁର, କବିରାଜ କ୍ଷେତି, ଶୁକୃ ବିଶି, କବିରାଜ ପଧାନ, ଗଡ଼ଗଡୁ ସାହୁ, ବଳିଷ୍ଠ ସାହୁ, ରଞ୍ଜନ ସାହୁ, ଭୁତନାଥ ଛନ୍ଦ, ମହେନ୍ଦ୍ର ମହାକୁର, ଜନ୍ମେଜୟ ଛନ୍ଦ, ଚୈତନ୍ୟ ପଧାନ, ରାଧାକାନ୍ତ କଳତା, ବିଜୟ ପଧାନଙ୍କ ପଲ୍ହାଘାରି ସମ୍ପୂର୍ଣ ନଷ୍ଟ ହୋଇଥିବା ଜଣେଇଛନ୍ତି ଓ ପ୍ରଶାସନ ଉଚିତ ତଦନ୍ତ କରି କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande