ସ୍ମାଇଲ୍ ଫର୍ ଅଲ୍ ଫାଉଣ୍ଡେସନ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ
ବଲାଙ୍ଗୀର, ୦୪ ଅଗଷ୍ଟ(ହି.ସ.) – ସ୍ମାଇଲ ଫର ଅଲ୍ ଫାଉଣ୍ଡେସନ ବଲାଙ୍ଗୀର ଏବଂ ପାଇନିୟର କ୍ଲବ(ପୁଇନ୍ତଲା) ସହଯୋଗରେ ବିଗତ ୦୩.୦୮.୨୦୨୬(ସୋମବାର) ପୁଇନ୍ତଲା ଖେଳ ପଡ଼ିଆର ଚତୁଃପାର୍ଶରେ ୨୫୦ରୁ ୩୦୦ ଗୋଟ ବୃକ୍ଷରୋପଣ କରିବା ନିମନ୍ତେ ସ୍ଥିର କରାଯାଇ ପ୍ରଥମ ପର୍ଯ୍ୟାୟରେ ୫୦ ଗୋଟି ଲିମ୍ବା, ଜାମ୍ମୁକୋଳି, କ
ସ୍ମାଇଲ୍ ଫର୍ ଅଲ୍ ଫାଉଣ୍ଡେସନ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ


ବଲାଙ୍ଗୀର, ୦୪ ଅଗଷ୍ଟ(ହି.ସ.) – ସ୍ମାଇଲ ଫର ଅଲ୍ ଫାଉଣ୍ଡେସନ ବଲାଙ୍ଗୀର ଏବଂ ପାଇନିୟର କ୍ଲବ(ପୁଇନ୍ତଲା) ସହଯୋଗରେ ବିଗତ ୦୩.୦୮.୨୦୨୬(ସୋମବାର) ପୁଇନ୍ତଲା ଖେଳ ପଡ଼ିଆର ଚତୁଃପାର୍ଶରେ ୨୫୦ରୁ ୩୦୦ ଗୋଟ ବୃକ୍ଷରୋପଣ କରିବା ନିମନ୍ତେ ସ୍ଥିର କରାଯାଇ ପ୍ରଥମ ପର୍ଯ୍ୟାୟରେ ୫୦ ଗୋଟି ଲିମ୍ବା, ଜାମ୍ମୁକୋଳି, କରଞ୍ଜି ଗଛ ପ୍ରତିରୋପଣ କରାଯାଇଅଛି। ପରିବେଶ ନିମନ୍ତେ ସ୍ମାଇଲ ଫର ଅଲ୍ ଫାଉଣ୍ଡେସନର ଗୋ ଫର୍ ଗ୍ରୀନ୍ କାର୍ଯ୍ୟକ୍ରମ ଅଧିନରେ ଉକ୍ତ କାର୍ଯ୍ୟକ୍ରମରେ ଶୁଭାରମ୍ଭ କରାଯାଇଅଛି। ଆଗାମୀ ସମୟରେ ବଲାଙ୍ଗୀର ସହରରେ ଥିବା ଖାଲି ସ୍ଥାନମାନଙ୍କରେ ସ୍ମାଇଲ୍ ଫର୍ ଅଲ୍ ଫାଉଣ୍ଡେସନ ଏହି କାର୍ଯ୍ୟକ୍ରମକୁ ବିସ୍ଥାପିତ କରି ଲୋକ ମନରେ ବୃକ୍ଷରୋପଣ ପ୍ରତି ସଚେତନତା, ପରିବେଶ ସମ୍ବନ୍ଧିୟ ସଚେତନତା ଜାଗ୍ରତା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୁଇତଲା ବିଡିଓ ଅମରେନ୍ଦ୍ର ସ୍ୱାଇଁ, ବ୍ଲକ ଚେୟାରମେନ ସରୋଜ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ କୁମରମଣି ସେଠ, ପୂର୍ବତନ ବିଡିଓ ରାମଦତ ଭୋଇ, ସୁନିଲ ମିଶ୍ର, ଦିଲିପ ଭୋଇ, ଲମ୍ବୋଦର ପ୍ରଧାନ, ଗୋପାଳ ମିଶ୍ର, ବଲାଙ୍ଗୀର ଏମ୍ଏନ୍ସି ଅଧ୍ୟକ୍ଷା ଶିକା ସାହୁ, ବଲାଙ୍ଗୀର ବନବିଭାଗର ଫରେଷ୍ଟର ବ୍ୟାସଦେବ ସାହୁ ଏବଂ ଫ୍ରେଣ୍ଡ କ୍ଲବ ସଭାପତି ଲୋଟସ ଷଡ଼ଙ୍ଗି ଏବଂ ଜଗନ୍ନାଥ ମିଶ୍ର, ପବିତ୍ର ଖୁଂଟିଆ, ବିଙ୍ଗ ହ୍ୟୁମେନ ସଭାପତି ସୋମନାଥ ମିଶ୍ର, ମେହେଫିଲ ହୋଟେଲ ମାଲିକ ସୁଧାଂଶୁ ମିଶ୍ର, ମ୍ୟୁନିସିପାଲିଟି ପ୍ରତିନିଧି ଦିଲିପ ସା ବୃକ୍ଷରୋପଣ କରିଥିଲେ। ଗୋ ଫର୍ ଗ୍ରୀନ୍ କାର୍ଯ୍ୟକ୍ରମକୁ ସାଫଲ୍ୟ କରିବା ନିମନ୍ତେ ସ୍ମାଇଲ୍ ଫର୍ ଅଲ୍ କାର୍ଯ୍ୟକାରୀ ସଭାପତି ସାମସନ ମିଶାଲ, ପ୍ରତିଷ୍ଠାତା ଓ ସଂପାଦକ ସଂଜିବ କୁମାର ସାହୁ, କୋଷାଧ୍ୟକ୍ଷ ଜୟକୃଷ୍ଣ ମିଶ୍ର, ମହିଳା ଶାଖା ସଭାପତି ସୌଦାମିନି ମିଶ୍ର, ହିମାନି ତ୍ରିପାଠି, ମିଲୁଲତା ପଟ୍ଟନାୟକ, ସୁଜିତ ଚନ୍ଦନ, ଆୟୁଷ ରାଉତ, ଜୀବନ ମାସି, ଜିସେଲ ପଲ, ପାଇନର କ୍ଲବର ସଦସ୍ୟ ବବୁଲୁ ପଟେଲ, ତୀର୍ଥବାସ ସାଏ, ଅରୁଣ ପଟେଲ, ଅବନି ପଟେଲ, ମଧୁସୁଦନ ସାଏ, ରତନମଣି ସାହୁ, ଜ୍ୟୋତି ସାଏ, ଜ୍ଞାନେନ୍ଦ୍ର ପଟେଲ, ପ୍ରଶାନ୍ତ ରାଉତ, ବୁଦ୍ଧଦେବ ଜୁଏଡ, ତପନ ସେଠ, ଅନିଲ ସାଏ, ନିକୁଣ ସାଏ, ନିଳାମ୍ବର ସାଏ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ଉପସ୍ଥିତ ସମେବତ ଜନତାକୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ନିମନ୍ତେ ଉତ୍ସାହିତ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande