ସରକରୀ ମହିଳା ମହାବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କ ସକାଶେ ସ୍ୱାଗତ ସମାରୋହ
ବଲାଙ୍ଗୀର, ୦୪ ଅଗଷ୍ଟ(ହି.ସ.) – ସ୍ଥାନୀୟ ସରକରୀ ମହିଳା ମହାବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କ ସକାଶେ ସ୍ୱାଗତ ସମାରୋହ ତଥା ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ପ୍ରଥମକରି ପାଦ ଥାପିଥିବା ଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଥିଲା।
ସରକରୀ ମହିଳା ମହାବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କ ସକାଶେ ସ୍ବାଗତ ସମାରୋହ


ବଲାଙ୍ଗୀର, ୦୪ ଅଗଷ୍ଟ(ହି.ସ.) – ସ୍ଥାନୀୟ ସରକରୀ ମହିଳା ମହାବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କ ସକାଶେ ସ୍ୱାଗତ ସମାରୋହ ତଥା ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ପ୍ରଥମକରି ପାଦ ଥାପିଥିବା ଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ଓଝା ଅଧ୍ୟକ୍ଷତା କରିଥିଲେ। ମହାବିଦ୍ୟାଳୟରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଲାଗିଥିବା ସିସିଟିଭି, ପାନୀୟଜଳ ସୁବିଧା, ପରିଷ୍କାର ପରିଚ୍ଛନ୍ନତା, ଶିକ୍ଷଣ କୌଶଳ ଇତ୍ୟାଦି ବିଷୟରେ ମତବ୍ୟକ୍ତ କରିଥିଲେ। ସଂସ୍କୃତ ବିଭାଗୀୟ ମୁଖ୍ୟ ଡ. ସଦାଶିବ ମଲ୍ଲିକ ଉତ୍ସବରେ ଯୋଗଦେଇ ମହାବିଦ୍ୟାଳୟର ଗୌରବାବହ ଇତିହାସ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। ଅର୍ଥନୀତି ବିଭାଗୀୟ ମୁଖ୍ୟ ଡ. ବିଭୂତି ଭୂଷଣ ସାହୁ ଓ ଅଧ୍ୟାପକ ଡ. କୁମାର ସମ୍ଭବ ଚୋପଦାର ନବାଗତା ଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ନିଯୁକ୍ତି ପାଇଥିବା ଅଧ୍ୟାପକ/ଅଧ୍ୟାପିକା ନିଜ ନିଜ ପରିଚୟ ପ୍ରଦାନ କରିଥିଲେ। ହଷ୍ଟେଲ ପରିଚାଳନା ବିଷୟରେ ପ୍ରତୀକ୍ଷା ପ୍ରତିଶ୍ରୁତି ଏବଂ ସିଖା ମେହେର, ଛାତ୍ରବୃତି ବିଷୟରେ ଝାନ୍ସିରାଣି ମହାନନ୍ଦ, ପରୀକ୍ଷା ପରିଚାଳନା ବିଷୟରେ ନିରଦା ରଣା, ୟୁଡ଼ିିଆଇଏସ୍ଇ ଅପାର ଆଇଡି ବିଷୟରେ ଶେଖର ରାଏ, ଆତ୍ମରକ୍ଷା କୌଶଳ, ଆଭ୍ୟନ୍ତରୀଣ ଶୃଙ୍ଖଳା ସମ୍ପର୍କରେ ଡ. ଅର୍ପିତା ବେହେରା, ପାଠ୍ୟ ଖସଡ଼ା ସମ୍ପର୍କରେ ଆଲୋକ ପଧାନ, ନିଟ, ଜେଇଇ, ଶିକ୍ଷାଜ୍ୟୋତି ପୋର୍ଟାଲ ସମ୍ପର୍କରେ ସିଦ୍ଧିପ୍ରଦା ନନ୍ଦ ଏବଂ ଦେବହୁତି ପୁଟା ସବିଶେଷ ସୂଚନା ପ୍ରଦାନ କରିଥିଲେ। ସ୍ୱାଗତ ସଙ୍ଗୀତ ନିରଞ୍ଜନ ବେହେରାଙ୍କ ନେତୃତ୍ୱରେ ଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ଉକ୍ତ ସ୍ୱାଗତ ସମାରୋହକୁ ରାଜେଶ କୁମାର ମହାପାତ୍ର ସଂଚାଳନ କରିଥିବାବେଳେ ଜତୀନ୍ଦ୍ର ଦଣ୍ଡସେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା ପାଇଁ ଅଙ୍କିତାରାଣୀ କର୍ଣ୍ଣ, ନୀତା ମିଶ୍ର, ଶ୍ୱେତା ଲିନା ତ୍ରିପାଠୀ, ରଶ୍ମୀ ଶତପଥୀ, ଦୀପା ପୂର୍ବଲୋକି ଭୋଇ, ଅମିୟ କୁମାର ନନ୍ଦ, ମନୋଜ ବଗର୍ତୀ ପୂର୍ଣ୍ଣ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande