ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର
କେନ୍ଦୁଝର, ୦୪ ଅଗଷ୍ଟ(ହି.ସ.) – ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଂଚଳ ଅନ୍ତର୍ଗତ ମହୁଲଗାଡିଆ ଗାଁରେ ଘଟିଛି ଦୁଃଖଦ ଘଟଣା, ପୋଖରୀରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ଚାନ୍ଦପଶି ଗ୍ରାମର ସନ୍ତୋଷ କୁମାର ମହାପାତ୍ର(୪୨) ବୋଲି ଜଣାପଡ଼ିଛି। ସେ ଘରଜ୍ୱାଇଁ
Youth


କେନ୍ଦୁଝର, ୦୪ ଅଗଷ୍ଟ(ହି.ସ.) – ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଂଚଳ ଅନ୍ତର୍ଗତ ମହୁଲଗାଡିଆ ଗାଁରେ ଘଟିଛି ଦୁଃଖଦ ଘଟଣା, ପୋଖରୀରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ଚାନ୍ଦପଶି ଗ୍ରାମର ସନ୍ତୋଷ କୁମାର ମହାପାତ୍ର(୪୨) ବୋଲି ଜଣାପଡ଼ିଛି। ସେ ଘରଜ୍ୱାଇଁ ଭାବେ ମହୁଲଗାଡ଼ିଆ ଗ୍ରାମରେ ରହୁଥିଲେ। ସେ ରବିବାର ଅପରାହ୍ନ ୪ଟାରେ ଗାଧୋଇବା ପାଇଁ ଯାଇ ଘରକୁ ଆଉ ଫେରିନଥିଲେ। ଏନେଇ ତାଙ୍କ ପରିବାର ପକ୍ଷରୁ ରବିବାର ଢେଙ୍କିକୋଟ ପୁଲିସ ବିଟରେ ନିଖୋଜ ଅଭିଯୋଗ କରିଥିଲେ। ଆଜି ଘର ପାଖ ନିକଟ ପୋଖରୀରୁ ତାଙ୍କ ମୃତଦେହ ଭାସୁଥିବା ଦେଖି ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ଘଟଗାଁ ଅଗ୍ନିଶମ ବାହିନୀ ପହଂଚି ପୋଖରୀ ଭିତରୁ ମୃତଦେହ ଉଦ୍ଧାର କରିଛି। ଏନେଇ ଢେଙ୍କିକୋଟ ପୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ ଯେ ମୃତ ସନ୍ତୋଷ ମହାପାତ୍ରଙ୍କ ନିଜ ଘର ଚାନ୍ଦପଶି ଗ୍ରାମରେ ହୋଇଥିବାବେଳେ ତାଙ୍କର ଦୁଇଟି ନାବାଳିକା ଝିଅ ଅଛନ୍ତି। ଗୋଟିଏ ୫ ବର୍ଷର ଝିଅ ଓ ୯ ମାସର ଝିଅ ରହିଛି। ଘଟଗାଁ ଥାନା ଅପମୃତ୍ୟୁ ମାମଲା ୪୬/୨୦୨୬ ମୂଳେ ଏଏସ୍ଆଇ ଖିରୋଦିନି ନିଆଲ ପାଟଣାରେ ମୃତକର ଶବ ବ୍ୟବଚ୍ଛେଦ କରାଇଛନ୍ତି। ସନ୍ତୋଷ ଅତ୍ୟନ୍ତ ଗରିବ ଦିନ ମଜୁରିଆ ଶ୍ରେଣୀର ହୋଇଥିବାରୁ ତାଙ୍କ ଅସହାୟ ପତ୍ନୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande