
ଭୁବନେଶ୍ୱର, 04 ଅଗଷ୍ଟ (ହି.ସ.) - ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ଆଜି ସଚିବସ୍ତରୀୟ
ବୈଠକରେ ଗୁରୁତ୍ୱ ଦିଆଯାଇଛି । ଲୋକଙ୍କୁ ରିଲିଫ ଓ କ୍ଷୟକ୍ଷତି ପ୍ରଦାନ କରିବାକୁ ପ୍ରାଥମିକତା
ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କିପରି ଜଣେବି ଯୋଗ୍ୟ ବ୍ୟକ୍ତି ବଞ୍ଚିତ ନ ହେବ ତାକୁ
ପ୍ରାଥମିକତା ଦିଆଯିବ । ସବୁ ବିଭାଗ ସହଯୋଗ କରିବା ପାଇଁ ଆଲୋଚନା । ତା ସହ ବୈଠକରେ ନିଶାମୁକ୍ତ
ଓ ସାଇବର୍ ଅପରାଧକୁ ରୋକିବାକୁ ପ୍ରାଧାନ୍ୟ ଦିଆଯାଇଛି । କିପରି ଲୋକଙ୍କୁ ଏହି ସବୁ ସମସ୍ୟାରୁ
କଢ଼ା ଯାଇପାରିବ ତାକୁ ଗୁରୁତର ସହ ନେଇ ବିଭାଗ ମାନ ନିଜ ନିଜର ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ
। ସେପଟେ ଆଜି ଗଜପତି ଜିଲ୍ଲାପାଳ ତାଙ୍କ ଜିଲ୍ଲାର ମୁଖ୍ୟ ସମସ୍ୟା ସଚିବ ସ୍ତରୀୟ ବୈଠକରେ
ଉପସ୍ଥାପନ କରିଥିଲେ । ଯାହା ଉପରେ ଗୁରୁତ୍ୱ ଦେଇ ଯଥା ଶୀଘ୍ର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବ
ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା