ଓଡ଼ିଆ ସାମ୍ୱାଦିକତା ଦିବସର ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା
ଭୁବନେଶ୍ୱର, 04 ଅଗଷ୍ଟ (ହି.ସ.)- ଓଡ଼ିଆ ସାମ୍ୱାଦିକତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସର୍ବଦା ସୁସ୍ଥ ତଥା ଜାଗୃତ ସମାଜ ଗଠନରେ ସତ୍ୟ ଏବଂ ନିରପେକ୍ଷ ସାମ୍ବାଦିକତାର
ଓଡ଼ିଆ ସାମ୍ୱାଦିକତା ଦିବସର ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା


ଭୁବନେଶ୍ୱର, 04 ଅଗଷ୍ଟ (ହି.ସ.)- ଓଡ଼ିଆ ସାମ୍ୱାଦିକତା ଦିବସର ଶୁଭେଚ୍ଛା ଜଣାଇଛନ୍ତି

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ ପଟ୍ଟନାୟକ

କହିଛନ୍ତି ଯେ, ସର୍ବଦା ସୁସ୍ଥ ତଥା ଜାଗୃତ ସମାଜ ଗଠନରେ ସତ୍ୟ ଏବଂ ନିରପେକ୍ଷ ସାମ୍ବାଦିକତାର

ବଳିଷ୍ଠ ଭୂମିକା ରହିଛି। ଆଜିର ଦିନରେ ପ୍ରଥମ ଓଡ଼ିଆ ଖବରକାଗଜ 'ଉତ୍କଳ ଦୀପିକା' ପ୍ରକାଶ ପାଇ

ନବଜାଗରଣ ସୃଷ୍ଟି କରିଥିଲା। ନିଜ ନିଷ୍ଠା ଏବଂ ସମର୍ପଣରେ ସାମ୍ବାଦିକତାକୁ ସାର୍ଥକ କରୁଥିବା

ପ୍ରତିଟି ବ୍ୟକ୍ତିବିଶେଷଙ୍କୁ ଓଡ଼ିଆ ସାମ୍ୱାଦିକତା ଦିବସରେ ମୋର ଶୁଭେଚ୍ଛା ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande