
ଭୁବନେଶ୍ୱର, 04 ଅଗଷ୍ଟ (ହି.ସ.)- ଥାନା ପରିସରରେ ବିଦ୍ୟୁତ୍ ବ୍ୟବହାରକୁ ନେଇ କଡ଼ା
ନିର୍ଦ୍ଦେଶନାମା ଜାରି କରିଛି ଓଡ଼ିଶା ପୋଲିସ । ଥାନା ପରିସରରେ ଇଭି ଗାଡି ଚାର୍ଜିଂ ମନା । ସେହିପରି କ୍ୱାର୍ଟରକୁ ବେଆଇନ ସଂଯୋଗ ଉପରେ ବି
କଟକଣା ଜାରି ହୋଇଛି । ଅନୁମତି ବିନା ବିଦ୍ୟୁତର ଅନ୍ୟାନ୍ୟ ବ୍ୟବହାର ମନା କରାଯାଇଛି । ଉଲ୍ଲଂଘନକାରୀଙ୍କ
ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା