
ଜୟପୁର, ୦୪ ଅଗଷ୍ଟ (ହି.ସ.) - ଜୟପୁର ଟାଉନ ପୋଲିସ ଲୁଟ ମାମଲାରେ ୩ ଜଣ ଅଭିଫୁକ୍ତକୁ କାବୁ କରିଛି । ୩ ଜଣଙ୍କ ମଧ୍ୟରୁ ୨ ଜଣ ନାବାଳାକ ଥିବା ବେଳେ ଜଣେ ସାବାଳକ ରହିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ଗୋପବନ୍ଦୁ ନଗର ଜେ ତରୁଣ (୧୮) । ସୂଚନା ଅନୁଯାଇ ବୈପାରିଗୁଡାର ୨ ଜଣ ଜୟପୁର ଇରିଗେସନ କୋଲନିକୁ ଭାଇ ଘରକୁ ଗତ ୩୦ ତାରିଖ ରେ ଆସୁଥିଲେ । ସନ୍ଧ୍ୟା ସମୟରେ ୪ ଜଣ ଦୁର୍ବୁତ ୨ଟି ସ୍କୁଟିରେ ଆସି ଅଭିଯୋଗ କାରିଙ୍କ ବାଇକ କୁ ଧକ୍କା ଦେଇଥିଲେ । ପରେ ୪ଜଣ ମିଶି ଏମାନଙ୍କୁ ଧମକ ଚମକ ଦେଇ ଫୋନ ପେ ସାହାଯ୍ୟରେ ୩ ହଜାର ଟଙ୍କା ଲୁଟ କରି ନେଇଥିଲେ । ଏନେଇ ଜୟପୁର ଟାଉନ ଥାନା ରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରେ ଜାଣି ପୋଲିସ ୩ ଜଣ କୁ କାବୁ କରିଥିଲା । ୩ ଅଭିଯୁକ୍ତଙ୍କ ଠାରୁ ୯ ଶହ ଟଙ୍କା ଓ ସ୍କୁଟି ଗାଡିକୁ ଜବତ କରିଛି । ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୨ ଜଣ ନାବାଳକ ଅଭିଯୁକ୍ତକୁ ଜୁଭେଲାଇନଜଷ୍ଟିସ ବୋର୍ଡଙ୍କ ନିକଟରେ ହାଜର କରାଯାଇଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି