ମାଲ୍ୟବନ୍ତ କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ତରଫରୁ ମାଲକାନଗିରି ଆଦର୍ଶ ଥାନାରେ ନୂତନଭାବେ ଯୋଗ ଦେଇଥିବା ଥାନା ଅଧିକାରୀଙ୍କ ସହ ଏକ ସୌଜନ୍ୟପୂର୍ଣ୍ଣ ସାକ୍ଷାତକାର
ମାଲକାନଗିରି,୫ ଅଗଷ୍ଟ (ହି.ସ.) - ମାଲକାନଗିରି ଆଦର୍ଶ ଥାନା ରେ ନୂତନ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଦେବଦତ ମଲ୍ଲିକ ପୂର୍ବରୁ ସେ ବାଲିମେଳା, ମାଥିଲି, ରାୟଗଡା ଥାନାଧିକାରୀ ଭାବେ ଅନେକ ସ୍ଥାନରେ ନିଜର କାର୍ଯ୍ୟଦକ୍ଷତାର ପରିଚୟ ଦେବା ସହିତ ଅନେକ କଷ୍ଟସାଧ୍ୟ କେଶକୁ ନିଜ ବୁଦ୍ଧିବଳରେ ସମାଧାନ କର
ମାଲ୍ୟବନ୍ତ କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ତରଫରୁ ମାଲକାନଗିରି ଆଦର୍ଶ ଥାନାରେ ନୂତନଭାବେ ଯୋଗ ଦେଇଥିବା ଥାନା ଅଧିକାରୀଙ୍କ ସହ ଏକ


ମାଲକାନଗିରି,୫ ଅଗଷ୍ଟ (ହି.ସ.) - ମାଲକାନଗିରି ଆଦର୍ଶ ଥାନା ରେ ନୂତନ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଦେବଦତ ମଲ୍ଲିକ ପୂର୍ବରୁ ସେ ବାଲିମେଳା, ମାଥିଲି, ରାୟଗଡା ଥାନାଧିକାରୀ ଭାବେ ଅନେକ ସ୍ଥାନରେ ନିଜର କାର୍ଯ୍ୟଦକ୍ଷତାର ପରିଚୟ ଦେବା ସହିତ ଅନେକ କଷ୍ଟସାଧ୍ୟ କେଶକୁ ନିଜ ବୁଦ୍ଧିବଳରେ ସମାଧାନ କରି ଅନେକ ସମୟରେ ପ୍ରସଂସିତ ହେଇଛନ୍ତି। ଶ୍ରୀ ମଲ୍ଲିକ କିପରି ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବଜାୟ ରଖି ମାଲକାନଗିରି ନାଗରିକଙ୍କୁ ଏକ ନିରାପଦ ପରିବେଶ ପ୍ରଦାନ କରିପାରିବେ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରକାଶ କରିଛନ୍ତି।ଏହା ପୂର୍ବରୁ ରିଗାନ କିଣ୍ଡୋ ଅନେକ ବର୍ଷ ଧରି ମାଲକାନଗିରି ସଦର ଥାନା ଅଧିକାରୀ ଭାବେ ଏକ କର୍ତବ୍ୟନିଷ୍ଟ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ସେ ବାଲିମେଳା ଥାନାକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ଶ୍ରୀ ମଲ୍ଲୀକ ନୂତନ ଭାବେ ମାଲକାନଗିରି ସଦର ଥାନାର ଦାୟିତ୍ୱ ଗ୍ରହଣ କରିଛନ୍ତି।

ଆଜି ମାଲ୍ୟବନ୍ତ କାର୍ଯ୍ୟରତ ସାମ୍ବାଦିକ ସଙ୍ଘର ସମସ୍ତ ସଦସ୍ୟ ସାକ୍ଷାତ କରିଥିଲେ। ସଂଘର ସଭାପତି ସିମାଂଚଳ ପାଣିଗ୍ରାହୀ, ସମ୍ପାଦକ ତ୍ରିଲୋଚନ ଦାସ, କୋଷାଧ୍ୟକ୍ଷ ସତ୍ୟ ନାରାୟଣ ଦାଶଙ୍କ ସମେତ ଟି ଜଗଦୀଶ ରାଓ, ଅନୀଲ ମହାନ୍ତି, ବଳରାମ ଭଞ୍ଜ ଓ ଅନ୍ୟମାନେ ଉପସ୍ଥିତ ଥିବା ସହ ଥାନା ଅଧିକାରୀ ଶ୍ରୀ ମଲ୍ଲୀକଙ୍କୁ ମାଲକାନଗିରି ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବାଲରାଜ, ପୋତ ରାଜ, କନାମରାଜ ଓ ମୁତିୟାଲୁ ମାଙ୍କ ଫଟୋ ଚିତ୍ର ସହ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande