ରନ୍ଧନ ଗ୍ୟାସ ସିଲିଣ୍ଡର ସହରାଞ୍ଚଳ ଭିତ୍ତିରେ ପ୍ରଦାନ ଦାବି
ଜୟପୁର, 05 ଅଗଷ୍ଟ (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ରେ ରନ୍ଧନ ଗ୍ୟାସ ସିଲିଣ୍ଡର ପଞ୍ଜିକରଣ ସମୟ ସୀମା ସହରାଞ୍ଚଳ ପାଇଁ ରହିଥିବା ନିୟମ ଲାଗୁ କରିବା ପାଇଁ ଦାବି କରିଛି ଯୁବ ସଙ୍ଗଠନ। ସ୍ଥାନୀୟ ଦୋରା କଲ୍ୟାଣମଣ୍ଡପ ଠାରୁ ଏକ ରାଲି ବାହାରି ବୋରିଗୁମ୍ମା ଏନଏସି ର ଭାରପ୍ରାପ୍ତ କାର୍ଯ୍ୟନିର
ରନ୍ଧନ ଗ୍ୟାସ ସିଲିଣ୍ଡର ସହରାଞ୍ଚଳ ଭିତ୍ତିରେ ପ୍ରଦାନ ଦାବି


ଜୟପୁର, 05 ଅଗଷ୍ଟ (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ରେ ରନ୍ଧନ ଗ୍ୟାସ ସିଲିଣ୍ଡର ପଞ୍ଜିକରଣ ସମୟ ସୀମା ସହରାଞ୍ଚଳ ପାଇଁ ରହିଥିବା ନିୟମ ଲାଗୁ କରିବା ପାଇଁ ଦାବି କରିଛି ଯୁବ ସଙ୍ଗଠନ। ସ୍ଥାନୀୟ ଦୋରା କଲ୍ୟାଣମଣ୍ଡପ ଠାରୁ ଏକ ରାଲି ବାହାରି ବୋରିଗୁମ୍ମା ଏନଏସି ର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବିଡ଼ିଓ ସୁକାନ୍ତ ପଟନାୟକ ଏବଂ ତହସିଲଦାର ସୋଭନ କୁମାର ବେହେରାଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।ବିଷୟ ରନ୍ଦନ ଗ୍ୟାସ ପାଇଁ ପଞ୍ଜିକରଣ ସମୟ ସୀମା ୪୫ ଦିନ ରହିଛି। ଯଦ୍ୱାରା ଅନେକ ପରିବାର ଏହି ସମୟ ସୀମା ପୂର୍ବରୁ ରନ୍ଦନ ଗ୍ୟାସ ସିଲିଣ୍ଡର ସରିଯାଉଛି । ପୁଣି ଏକ ଗ୍ୟାସ ସିଲିଣ୍ଡର ପଞ୍ଜିକରଣ କରି ପାରୁ ନାହାନ୍ତି ବହୁ ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ସରକାରଙ୍କର ସହରାଞ୍ଚଳ ପାଇଁ ପ୍ରତି ୨୫ ଦିନର ବ୍ୟବଧାନରେ ଏକ ରନ୍ଧନ ଗ୍ୟାସ ସିଲିଣ୍ଡର ପଞ୍ଜିକରଣ ପାଇଁ ନିୟମ ରହିଛି। ଯେହେତୁ ବୋରିଗୁମ୍ମା ମଧ୍ୟ ଅତି ନିକଟରେ ସରକାରୀ ସ୍ତରରେ ସହରାଞ୍ଚଳର ମାନ୍ୟତା ପାଇସାରିଛି। ଏଣୁ ବୋରିଗୁମ୍ମା ଏନଏସି ଅଞ୍ଚଳ ରେ ଏହି ନିୟମ ଲାଗୁ କରିବା ପାଇଁ ଦାବି ଜୋର ଧରିଛି। ଏହି ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଖାଉଟି ରନ୍ଧନ ଗ୍ୟାସ ସିଲିଣ୍ଡର ପଞ୍ଜିକରଣ ସମୟ ସୀମା କୁ ୪୫ ଦିନ ପରିବର୍ତ୍ତେ ୨୫ କୁ ସୀମିତ କରିବା ପାଇଁ ଦାବି କରାଯାଉଛି।ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଦାବି ପତ୍ର କୁ ଉପରସ୍ତ ଅଧିକାରୀ ଙ୍କୁ ପ୍ରେରଣ କରାଯିବ ବୋଲି କହିଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande