
ସୁବର୍ଣ୍ଣପୁର, ୦୫ ଅଗଷ୍ଟ(ହି.ସ.) –ବ୍ରାହ୍ମଣ ସମାଜରେ ଏକତା, ସନାତନ ଧର୍ମ ଓ ସଂସ୍କୃତିର ସୁରକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ୬ଗୋଟି ବ୍ଲକରେ ବ୍ରାହ୍ମଣ ଏକତା ମଂଚର ସଭାପରେ ରବିବାର ସୁବର୍ଣ୍ଣପୁର ସହର ବ୍ରାହ୍ମଣ ଏକତା ମଂଚର ସଭା ମଝିପଡ଼ାସ୍ଥିତ ହନୁମାନ ମନ୍ଦିର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତିକ୍ରମେ ମଂଚର ନୂତନ କାର୍ଯ୍ୟକର୍ତା ଚୟନ ହୋଇଯାଇଛି। ପ୍ରାରମ୍ଭରେ ପଣ୍ଡିତ ମୈଥାଲି ପଣ୍ଡା ବେଦ ଓ ଉପନିଷଦର ଉଦାହରଣ ଦେଇ ବ୍ରାହ୍ମଣ ସଂସ୍କୃତିର ସୁରକ୍ଷା ପାଇଁ ମାର୍ଗଦର୍ଶନ ଦେଇଥିଲେ। ସୁବର୍ଣ୍ଣପୁର ସହର ବ୍ରାହ୍ମଣ ପଂଚର ସଭା, କାର୍ଯ୍ୟକର୍ତା ଚୟନ ପରେ ସୋମନାଥ ପୁରୋହିତ ଓ ଓମପ୍ରକାଶ ରଥ ପ୍ରମୁଖ ସମାଜରେ ଏକତା ରକ୍ଷା କରିବା ଉପରେ ବକ୍ତବ୍ୟ ରଖିଥିଲେ। ଦେଶର ସୁରକ୍ଷା ସଂସ୍କୃତି ସୁରକ୍ଷା ଉପରେ ବ୍ରାହ୍ମଣ ସମାଜର ଉଲ୍ଲେଖନୀୟ ଭୂମିକା ଥିବାବେଳେ କୌଣସି ବି ଜାଗାରେ ଏ ସମାଜର ମର୍ଯ୍ୟାଦା ହାନି ଯେମିତି ନହେବ ସେଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେବାକୁ ପ୍ରଦୀପ ପୁରୋହିତ ମତ ରଖିଥିଲେ। ଆଉ ଯେତେବେଳେ ବି ବିଶ୍ୱରେ ସଙ୍କଟ ଦେଖାଦିଏ କିମ୍ବା ବିଶ୍ୱ ଦିଗହରା ହୋଇଯାଏ ସେ ସମୟରେ ବ୍ରାହ୍ମଣ ସମାଜର ହିଁ ମାର୍ଗଦର୍ଶନ ଜରୁରୀ ହୋଇପଡ଼େ ବୋଲି ଶ୍ୟାମା ଓମ୍ ପ୍ରସାଦ ମିଶ୍ର ମତ ରଖିଥିଲେ। ଏହି ଅବସରରେ ମଂଚର ନଗର ସଭାପତି ଭାବେ ଜ୍ୟୋତିର୍ବିଦ୍ ମେଡେନ୍ କୁମାର ବିଶି, କାର୍ଯ୍ୟକାରୀ ସଭାପତି ଆର୍ତତ୍ରାଣ ବାବୁ, ଉପସଭାପତି ସୀତାଂଶୁ ଶେଖର ମିଶ୍ର, ସମ୍ପାଦକ ଅଟଳ ବିହାରୀ ପଣ୍ଡା, ସହସମ୍ପାଦକ ନାରାୟଣ ରଥ, ନିମାଇଁ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଜଗନ୍ନାଥ ଦାଶ, ସଙ୍ଗଠନ ସମ୍ପାଦକ ସୁଧୀର କୁମାର ପଣ୍ଡା, ମିଲନ ମିଶ୍ର, ଦାମୋଦର ପଣ୍ଡା, ସଂଯୋଜକ ପିୟୁଷ ପଣ୍ଡା, ନୀଳାମ୍ବର ଶତପଥୀ ଓ ରଞ୍ଜନ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଛି। ସେହିପରି ମୁଖ୍ୟ ପରାମର୍ଶଦାତା ଭାବେ ଜଷ୍ଟିସ ଚିତରଞ୍ଜନ ଦାଶ, ମୈଥୁଲି ପଣ୍ଡା, ବେଦବ୍ୟାସ ମିଶ୍ର, ସନ୍ତୋଷ କୁମାର ପାଢ଼ୀ, ଓମ୍ ପ୍ରକାଶ ରଥ, ସୋମନାଥ ପୁରୋହିତ, ବ୍ରଜ ମୋହନ ଦାନୀ, ବ୍ୟୋମକେଶ ଦାଶ, ବିଧାନଚନ୍ଦ୍ର ପାଣିଗ୍ରାହୀ, ମଧୁସୂଦନ ମିଶ୍ର, ରାମ ଗୋପାଳ ପୂଜାହାରୀ, ରାମସ୍ୱାମୀ ମହାପାତ୍ର, ପର୍ଶୁରାମ ମିଶ୍ର, ଦିଲୀପ କୁମାର ରଥ ଓ ଜ୍ଞାନ କୁମାର ପାଣିଗ୍ରାହୀଙ୍କୁ ନିଆଯାଇଛି ଶ୍ୟାମା ଓଁ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ