ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ପୁନଃ ତଦନ୍ତ ଦାବି କଲା ବିଶ୍ୱ ହିନ୍ଦୁ ପରିଷଦ
ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ.) - ସିଏମଓରୁ ନାଇଡୁ ତଦନ୍ତ କମିଶନ ଫାଇଲ୍ ଗାୟବ ଘଟଣାରେ ପ୍ରତିକ୍ରିୟା ରଖିଛି ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ପୁନଃ ତଦନ୍ତ କରିବାକୁ ଦାବି କରିଛି। ଭି
ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ପୁନଃ ତଦନ୍ତ ଦାବି କଲା ବିଶ୍ୱ ହିନ୍ଦୁ ପରିଷଦ


ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ.) - ସିଏମଓରୁ ନାଇଡୁ ତଦନ୍ତ କମିଶନ ଫାଇଲ୍ ଗାୟବ ଘଟଣାରେ ପ୍ରତିକ୍ରିୟା ରଖିଛି ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ପୁନଃ ତଦନ୍ତ କରିବାକୁ ଦାବି କରିଛି।

ଭିଏଚପି କହିଛି ଫାଇଲ ହଜିବା ଘଟଣାରେ ସରକାରଙ୍କ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶକୁ ଆମେ ସ୍ୱାଗତ କରୁଛୁ। ମାତ୍ର କ୍ରାଇମବ୍ରାଂଚକୁ ତଦନ୍ତ ଦାୟିତ୍ୱ ଦେଇ ସରକାର ବସି ପଡ଼ିଲେ ଚଳିବନି। ସରକାରଙ୍କୁ ଏହି ତଦନ୍ତ ପ୍ରକ୍ରିୟାକୁ ଫଲୋ କରିବାକୁ ପଡ଼ିବ। ଯେପରି ରେଜଲ୍ଟ ଆସିବ, ପ୍ରକୃତରେ ଯିଏ ଦୋଷୀ ଦଣ୍ଡ ପାଇବ। ସମଗ୍ର ସମାଜ ସାମ୍ନାରେ ଦଣ୍ଡ ଦେବାକୁ ଆମେ ଦାବି କରୁଛୁ। ଏହାସହ ଭିଏଚପି ଅଭିଯୋଗ କରିଛି ଯେ ପୂର୍ବର ବିଧର୍ମୀ ସରକାର ଷଡ଼ଯନ୍ତ୍ର କରି ସ୍ୱାମୀଜୀଙ୍କୁ ହତ୍ୟା କରିଥିଲା। ହତ୍ୟା କରି ମନ ବୁଝିଲାନି ଶେଷରେ କମିଶନ ରିପୋର୍ଟକୁ ଗାୟବ କରି ଦିଆଗଲା। ଯଦି ହତ୍ୟାରେ ସମ୍ପୃକ୍ତି ନାହଁ, ତାହେଲେ କାହିଁକି ଫାଇଲ୍ ଗାୟବ କଲ? ସ୍ୱାମୀଜୀଙ୍କ ତ୍ୟାଗ, ବଳୀଦାନ କେବେ ବୃଥା ଯିବ ନାହିଁ। ସେ କନ୍ଧମାଳରେ ଧର୍ମାନ୍ତରୀକରଣକୁ ବିରୋଧ କରୁଥିଲେ। କନ୍ଧମାଳରେ ଜନଜାତି ବର୍ଗର ବିକାଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande