ସିପିଆଇ ପକ୍ଷରୁ ଅଗଷ୍ଟ ୬ରୁ ୧୫ ଦେଶବ୍ୟାପୀ ଜନସମ୍ପର୍କ ପଦଯାତ୍ରା
Bhubaneswar, 05 ଅଗଷ୍ଟ (ହି.ସ.) ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଚଳିତ ଅଗଷ୍ଟ ୬ରୁ ୧୫ “ଦେଶବ୍ୟାପୀ ଜନସମ୍ପର୍କ ପଦଯାତ୍ରା”, “୧ ସେପ୍ଟେମ୍ବର ଦିଲ୍ଲୀ ଚାଲ” ରାମଲୀଳା ମଇଦାନ ଠାରେ “ପରିବର୍ତ୍ତନ ଜରୁରୀ ମହାସମାବେଶ” ର ସଫଳତା ପାଇଁ ସ୍ଳୋଗାନ, ସଙ୍ଗୀତ ଓ ବକ୍ତ
ସିପିଆଇ ପକ୍ଷରୁ ଅଗଷ୍ଟ ୬ରୁ ୧୫ ଦେଶବ୍ୟାପୀ ଜନସମ୍ପର୍କ ପଦଯାତ୍ରା


Bhubaneswar, 05 ଅଗଷ୍ଟ (ହି.ସ.)

ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଚଳିତ ଅଗଷ୍ଟ ୬ରୁ ୧୫ “ଦେଶବ୍ୟାପୀ ଜନସମ୍ପର୍କ ପଦଯାତ୍ରା”, “୧ ସେପ୍ଟେମ୍ବର ଦିଲ୍ଲୀ ଚାଲ” ରାମଲୀଳା ମଇଦାନ ଠାରେ “ପରିବର୍ତ୍ତନ ଜରୁରୀ ମହାସମାବେଶ” ର ସଫଳତା ପାଇଁ ସ୍ଳୋଗାନ, ସଙ୍ଗୀତ ଓ ବକ୍ତବ୍ୟର ଅଡିଓ ସଂସ୍କରଣ ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକାର୍ପଣ କରାଯାଇଛି ।

ଭାରତରେ ସର୍ବାଧିକ ସମୟ ଏକକ ପ୍ରଧାନମନ୍ତ୍ରୀତ୍ୱ ଅବଧି ସହ ଓଡ଼ିଶାରେ ଗତ ୨ବର୍ଷ ଶାସନ ଭିତରେ ବିଜେପି ଦେଶର ଜନଗଣଙ୍କ ପାଇଁ ଆବଶ୍ୟକୀୟ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା, ବିପର୍ଯ୍ୟସ୍ତ କରାଇଛି । ସାଧାରଣ ମଣିଷ ବଞ୍ଚିବା ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ସରକାର ହିଁ କରାଉଛନ୍ତି । ଶିକ୍ଷା ପରିବର୍ତ୍ତେ ଅଶିକ୍ଷାର ତ୍ରୁଟିଯୁକ୍ତ ପାଠ୍ୟପୁସ୍ତକ, ବାରମ୍ବାର ପରୀକ୍ଷା ପରିଚାଳନା ବିଭ୍ରାଟ ମେଧାବୀ ଛାତ୍ର ଛାତ୍ରୀଙ୍କ ମନୋବଳ ଭାଙ୍ଗି ଆତ୍ମହତ୍ୟା ପାଇଁ ମଜବୁର କରାଯାଉଛି । ବେରୋଜଗାରୀର ସବର୍କାଳୀନ ରେକର୍ଡÿ କରାଇଛନ୍ତି ସରକାର । କୃଷକ ମୁଣ୍ଡ ଝାଳ ତୁଣ୍ଡରେ ଦେଇ ଯେଉଁ ଉତ୍ପାଦନ କରୁଛି ସେଥିପାଇଁ ଉନ୍ନତ ବିହନ, ସାର, ପୋକମରା ଔଷଧର ଆକାଶଛୁଆଁ ଦରବୃଦ୍ଧି, ତା’ପରେ ଯାହା ଉତ୍ପାଦନ ହେଉଛି - ତାହା ମଧ୍ୟ ଅଭାବୀ ଦାମରେ ଶାସକ ଦଳଙ୍କୁ ଚାନ୍ଦାଦିଆ ବନ୍ଧୁମାନେ ଲୁଣ୍ଠନ କରୁଛନ୍ତି, ସରକାର ମୁକ ଦର୍ଶକ ସାଜିଛନ୍ତି । ଶ୍ରମିକ ଶ୍ରେଣୀ ସ୍ୱାଧୀନତା ପୁର୍ବରୁ ଓ ପରେ ଦୀର୍ଘ ସଂଘର୍ଷ ଫଳରେ ହାସଲ କରିଥିବା ୪୪ଟି କେନ୍ଦ୍ରୀୟ ଶ୍ରମ ଆଇନରୁ ୧୫ଟି ଆଇନ ସମ୍ପୁର୍ଣ୍ଣ ରଦ୍ଦ କରାଇଛନ୍ତି, ଆଉ ୨୯ ଟି ଆଇନକୁ ଶ୍ରମ ଶୋଷଣକାରୀ ବହୁରାଷ୍ଟ୍ରୀୟ ପୁଞ୍ଜିପତିଙ୍କ ସ୍ୱାର୍ଥରେ ଶ୍ରମିକଙ୍କ ହକ୍ ଓ ଅଧିକାର ଛଡାଇ ନେଇ ଶ୍ରମିକ ସ୍ୱାର୍ଥ ବିରୋଧୀ ୪ଗୋଟି ଶ୍ରମ ସଂହିତା ପ୍ରଣୟନ କରିଛନ୍ତି । କେବଳ ସେତିକିରେ ସନ୍ତୁଷ୍ଟ ନୁହଁନ୍ତି - ଭାରତୀୟ ଶ୍ରମ ସମ୍ମିଳନୀ ଦେଶର କୋଟିକୋଟି ସ୍କିମ୍ ଶ୍ରମିକଙ୍କୁ ଶ୍ରମିକ ମାନ୍ୟତା ପ୍ରଦାନ ପାଇଁ ସୁପାରିଶ କରିଥିଲେ ବି ସେମାନଙ୍କୁ ଶ୍ରମିକ ମାନ୍ୟତା ନଦେଇ ଶୋଷଣ କରାଯାଉଛି । ଦେଶର କୋଟି କୋଟି ଗିଗ୍ ୱାର୍କରଙ୍କୁ ସର୍ବନିମ୍ନ ସୁବିଧା ଦିଆଯାଉନାହିଁ । ଦେଶର ସମସ୍ତ ପ୍ରାକୃତିକ ସମ୍ପଦ ରାହୁ ପୁଞ୍ଜିପତିଙ୍କ ଠାରେ ସମର୍ପଣ କରି ଜମି, ଜଳ, ଜଙ୍ଗଲ ଉପରୁ ଜନଗଣଙ୍କୁ ବିସ୍ଥାପନ କରାଯାଉଛି । ଏହା ବିରୋଧରେ ପୁଞ୍ଜିଭୁତ ଅସନ୍ତୋଷ ଐକ୍ୟବଦ୍ଧ ପ୍ରତିବାଦ ଓ ପ୍ରତିରୋଧ ମୁଣ୍ଡ ଟେକିବାବେଳେ ଜାତି, ଧର୍ମ, ଭାଷା, ଅଞ୍ଚଳ, ଖାଦ୍ୟ, ବସ୍ତ୍ରର ରୁଚିର ବିଭିନ୍ନତା ଉପରେ ସଂଗଠିତ ଆକ୍ରମଣ କରୁଛନ୍ତି ଶାସକ ବର୍ଗ । କ୍ଷମତାରେ ବସିବା ପାଇଁ ରାମ ନାମ ନେଇଥିବା ବେଳେ ଏବେ ଧର୍ମାନୁଷ୍ଠାନରୁ ଲୁଣ୍ଠନ କରି ମହମ୍ମଦ ଘୋରୀକୁ ଟପିଲାଣି ଆର ଏସ୍ଏସ୍ ପରିଚାଳିତ ବିଜେପି ସରକାର । ଦେଶବାସୀ ଏମାନଙ୍କୁ କ୍ଷମତାରେ ବସାଇ ବହୁତ ଅତ୍ୟାଚାର ସହିଲେଣି । ଆଉ ସହିବା ସମ୍ଭବ ନୁହେଁ । ପରିବର୍ତ୍ତନ ଜରୁରୀ - ଅନିର୍ବାର୍ଯ୍ୟ ଅଟେ । ଦେଶବ୍ୟାପୀ ଏହି ପରିବର୍ତ୍ତନର ସଂଘର୍ଷକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନିଷ୍ପତ୍ତି କରିଛି । ୬ ରୁ ୧୫ ଅଗଷ୍ଟ ଦେଶବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଚାଲିବ । ବସ୍ତି ବସ୍ତି, ଗାଁ ଗାଁରେ ପଦଯାତ୍ରା ଚାଲିବ । ସିପିଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଏହି ପଦଯାତ୍ରାର ସଙ୍ଗୀତ, ସ୍ଳୋଗାନ ଓ ବକ୍ତବ୍ୟର ଶାଣିତ ଅଡିଓ ସଂସ୍କରଣ ଆଜି ଲୋକାର୍ପଣ ହୋଇଅଛି । ରାଜ୍ୟବ୍ୟାପୀ ପଦଯାତ୍ରା ବେଳେ ଏହି ସଙ୍ଗୀତ, ସ୍ଳୋଗାନ ଓ ବକ୍ତବ୍ୟ ଜନଗଣଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ । ଏହାକୁ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଅମରେନ୍ଦୁ ମହାନ୍ତି ଓ ସାଥୀମାନଙ୍କ ସଂଯୋଜନା ପ୍ରସ୍ତୁତ କରାଯାଇଅଛି । ଦେଶବ୍ୟାପୀ ପରିବର୍ତ୍ତନର ସାମୁହିକ ସ୍ୱରକୁ ଆହୁରି ଶାଣିତ କରିବା ପାଇଁ “୧ ସେପ୍ଟେମ୍ବର ଦିଲ୍ଲୀ ଚାଲ” ରାମଲୀଳା ମଇଦାନରେ ପରିବର୍ତ୍ତନ ଜରୁରୀ ମହାସମାବେଶକୁ ସଫଳ କରିବା ପାଇଁ ଓଡ଼ିଶାବାସୀଙ୍କୁ ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର, ସହସମ୍ପାଦକ କ୍ଷୀରୋଦ ସିଂହଦେଓ ଏବଂ ଜୟନ୍ତ ଦାସ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଅମରେନ୍ଦୁ ମହାନ୍ତି ଓ ସୁର ଜେନା ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆହ୍ୱାନ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande