ଧାମରାରେ ଚୋରୀ ବ୍ୟାଟେରୀ ସହ ୨ ଚୋର ଗିରଫ
ଭଦ୍ରକ, ୫ ଅଗଷ୍ଟ (ହି.ସ.) - ଧାମରା ବନ୍ଦର ଡିଆଇ ରୋଡ ଠାରେ ଦୀର୍ଘ ଦିନ ହେବ ପାର୍କିଂ ରେ ଠିଆ ହୋଇ ରହୁଥିବା ଟ୍ରକ ଏବଂ ଟିପ୍ପର ଗୁଡିକରୁ ବ୍ୟାଟେରୀ ଚୋରୀ ହେଉଥିଲା। ଏ ନେଇ ବହୁବାର ଧାମରା ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଥିଲା। ଏହି ଆଧାରରେ ଗତକାଲି ରାତିରେ ଡିଆଇ ରୋଡ ଠାରେ ଥିବା ଏକ ଗ୍ୟାରେଜ
DHAMARA BATTARY CHORI - TWO ARREST


ଭଦ୍ରକ, ୫ ଅଗଷ୍ଟ (ହି.ସ.) - ଧାମରା ବନ୍ଦର ଡିଆଇ ରୋଡ ଠାରେ ଦୀର୍ଘ ଦିନ ହେବ ପାର୍କିଂ ରେ ଠିଆ ହୋଇ ରହୁଥିବା ଟ୍ରକ ଏବଂ ଟିପ୍ପର ଗୁଡିକରୁ ବ୍ୟାଟେରୀ ଚୋରୀ ହେଉଥିଲା। ଏ ନେଇ ବହୁବାର ଧାମରା ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଥିଲା। ଏହି ଆଧାରରେ ଗତକାଲି ରାତିରେ ଡିଆଇ ରୋଡ ଠାରେ ଥିବା ଏକ ଗ୍ୟାରେଜ ନିକଟରେ ଧାମରା ଅଂଚଳର ୩ ଯୁବକ ଟ୍ରକରୁ ବ୍ୟାଟେରୀ ଚୋରୀ କରୁଥିବା ସମୟରେ ଗ୍ୟାରେଜ ମାଲିକ ସିସିଟିଭି ଫୁଟେଜରୁ ଏମାନଙ୍କୁ ଦେଖି ଧାମରା ପୁଲିସ କୁ ଖବର ଦେଇଥିଲା। ଧାମରା ପୁଲିସ ଘଟଣା ସ୍ଥଳରେ ପହଂଚି ସେମାନଙ୍କ ମଧ୍ୟରୁ ୨ଜଣ ଚୋରଙ୍କୁ ଧରିଥିବା ବେଳେ ଅନ୍ୟଜଣେ ଖସି ପଳାଇଥିଲା। ସେମାନଙ୍କ ପାଖରୁ ୭ଟି ବ୍ୟାଟେରୀ ଜବତ ହୋଇଥିବା ବେଳେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁଙ୍କ ନିକଟରୁ ପ୍ରକାଶ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande