
ବଲାଙ୍ଗୀର, ୦୫ ଅଗଷ୍ଟ(ହି.ସ.) – ବଲାଙ୍ଗୀର ସହରର ରାଜେନ୍ଦ୍ର କଲେଜ ଛକରୁ ମହିଳା ମହାବିଦ୍ୟାଳୟକୁ ସଂଯୋଗ କରୁଥିବା ଲକ୍ଷ୍ମୀ ଜୋର ସେତୁ ବର୍ତମାନ ବିପଦଜନକ ଅବସ୍ଥାରେ ପଡ଼ିରହିଛି। ବ୍ରିଜର ସୁରକ୍ଷା ବ୍ୟବସ୍ଥା ନଷ୍ଟ ହୋଇଥିବାରୁ ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଦା ଓ ଯାନବାହନ ଯାତାୟାତ କରୁଛନ୍ତି। ତଥାପି ଏଭଳି ବିପଦପୂର୍ଣ୍ଣ ସ୍ଥିତି ପ୍ରତି ସମ୍ପୃକ୍ତ ବିଭାଗର ଦୃଷ୍ଟି ପଡ଼ୁନଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକମାନେ ତୁରନ୍ତ ସେତୁର ଯାଂଚ କରାଯାଇ ଆବଶ୍ୟକ ମରାମତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ