ଖଡ଼ିଆଳ ବଜାରରେ ଦେଶୀ କାଙ୍କଡ଼ର ଚାହିଦା ଅଧିକ
ନୂଆପଡ଼ା,୫ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବଜାରରେ ଦେଶୀ କାଙ୍କଡ଼ର ଚାହିଦା ଅଧିକ। ପନିପରିବା ଭିତରେ ଦେଶୀ କାଙ୍କଡ଼ର ସ୍ୱାଦ ଟିକେ ବଢିଆ। ବର୍ଷାଋତୁ ଆରମ୍ଭରେ ଏହି ପରିବା ଉତ୍ପାଦନ ହୋଇଥାଏ। ଜଙ୍ଗଲ ତଳି ଲୋକେ ପାହାଡ଼ ଉପରେ ଥିବା କାଙ୍କଡ଼ ଗଛ ମୂଳକୁ ସଫାକରି ରଖିଥାନ୍ତି। ବର୍ଷାଋତୁ ଆରମ୍ଭ ପୂର
Deshi kankad chahida adhik


ନୂଆପଡ଼ା,୫ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବଜାରରେ ଦେଶୀ କାଙ୍କଡ଼ର ଚାହିଦା ଅଧିକ। ପନିପରିବା ଭିତରେ ଦେଶୀ କାଙ୍କଡ଼ର ସ୍ୱାଦ ଟିକେ ବଢିଆ। ବର୍ଷାଋତୁ ଆରମ୍ଭରେ ଏହି ପରିବା ଉତ୍ପାଦନ ହୋଇଥାଏ। ଜଙ୍ଗଲ ତଳି ଲୋକେ ପାହାଡ଼ ଉପରେ ଥିବା କାଙ୍କଡ଼ ଗଛ ମୂଳକୁ ସଫାକରି ରଖିଥାନ୍ତି। ବର୍ଷାଋତୁ ଆରମ୍ଭ ପୂର୍ବରୁ ଗଛରେ ଫୁଲ ଆସିବା ସହ କିଛି ଦିନ ପରେ ଫଳିବା ଆରମ୍ଭ ହୋଇଥାଏ। ଖଡ଼ିଆଳ ବ୍ଲକ୍ର ଆଦିବାସୀ ଅଧ୍ୟୁଷିତ ତଥା ପାହାଡ଼ିଆ ଅଂଚଳର ନିକଟସ୍ଥ ଜଙ୍ଗଲରେ ଦେଶୀ କାଙ୍କଡ଼ ଫଳିବା ଦେଖିବାକୁ ମିଳୁଛି। ରାଣୀମୁଣ୍ଡା, ଦାବ୍ରି, କିରିକିଟା, ସରଧାପୁର, ସୁନାରିସୀକୁଆ, ସାନମହେଶ୍ୱର, ଲାଞ୍ଜି ପଂଚାୟତର ବିଭିନ୍ନ ଜଙ୍ଗଲରୁ କାଙ୍କଡ଼ ଉତ୍ପାଦନ ହେଉଛି। ସେହିପରି ପଡୋଶୀ ବ୍ଲକ ସିନାପାଲି, ବୋଡ଼େନ ଓ କୋମନା ତଥା ସୀମାନ୍ତ ବଲାଙ୍ଗୀର ଜିଲାର କିଛି ଗ୍ରାମର ନିକଟସ୍ଥ ଜଙ୍ଗଲରୁ କାଙ୍କଡ଼ ଖଡ଼ିଆଳ ବଜାରକୁ ଆସୁଛି। ପ୍ରଥମେ ଉତ୍ପାଦନ ସମୟରେ କିଲୋ ପିଛା ଦର ୩୪୦ ରୁ ଆରମ୍ଭ ହୋଇ ୩୦୦ ଟଙ୍କା ଭିତରେ ରହିଥିବା ବେଳେ ପରବର୍ତୀ ସମୟରେ ୨୦୦ ଟଙ୍କାକୁ ଖସିଥାଏ। ସେହିପରି ବଡ କାଙ୍କଡ଼ ୧୨୦ ଟଙ୍କା କିଲୋ ବିକ୍ରି ହେଉଛି। ହେଲେ ବଡ କାଙ୍କଡ଼ର ଚାହିଦା ନାହିଁ। ଆଦିବାସୀ ମାନଙ୍କ ପାଖରୁ ବେପାରୀ ମାନେ ନେବା ଆଗରୁ ଲୋକେ ନିଜେ ପହଂଚି ସେମାନଙ୍କ ଠାରୁ ନେଇ ଯାଉଛନ୍ତି। ତେବେ ଚାହିଦା ଅଧିକ ରହିଥିଲେ ମଧ୍ୟ ଉତ୍ପାଦନ ସେହି ପରିମାଣରେ ହେଉନାହିଁ। ବର୍ତମାନ ବୈଜ୍ଞାନିକ ପଦ୍ଧତିରେ ମଧ୍ୟ ଦେଶୀ କାଙ୍କଡ଼ ଚାଷ ହେଉଛି। ଏପରିକି ଚାଷି ନିଜ ନିଜର ଜମିରେ କାଙ୍କଡ଼ ଚାଷ କରୁଛନ୍ତି କିନ୍ତୁ ପାହାଡ଼ିଆ ଅଂଚଳରେ ଉତ୍ପାଦିତ ଦେଶୀ କାଙ୍କଡ଼ର ସ୍ୱାଦକୁ ଅଲଗା। କାରଣ ବିନା ରାସାୟନିକ ସାରରେ ଉତ୍ପାଦନ ହେଉଛି। ବଜାରରେ ସବୁ ପରିବା ଠାରୁ ଦେଶୀ କାଙ୍କଡ଼ ଦର ଅଧିକ ହୋଇଥିବା ବେଳେ ଗ୍ରାହକ ନିଜ ସକ୍ଷମ ଅନୁସାରେ କମ ହେଲେବି କିଣି ନେଉଛନ୍ତି। ଅମଳ ଅଧିକ ହେଲେ ମାସକ ପରେ ଦର ଖସିବ ବୋଲି ବ୍ୟବସାୟୀ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande